ଭଦ୍ରକ – ବେଆଇନ୍ ନିଯୁକ୍ତିକୁ ନେଇ ଚର୍ଚ୍ଚାରେ ରହିଆସିଥିବା ଏହି ଜିଲାର ବାସୁଦେବପୁର ବଂଶୀପାଟଣାସ୍ଥିତ କଳ୍ପତରୁ ସଂସ୍କୃତ ମହାବିଦ୍ୟାଳୟରେ ଏକଦା କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ସ୍ପଷ୍ଟ ଦିବାଲୋକରେ ସ୍ଥାନୀୟ କୋର୍ଟ ପରିସରରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୁଲିସ୍ ଏପର୍ଯ୍ୟନ୍ତ ଗିରଫ ନକରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏ ସଂପର୍କରେ ମରଣାନ୍ତକ ଆକ୍ରମଣର ସମ୍ମୁଖୀନ ହୋଇ ପ୍ରଥମେ ଭଦ୍ରକ ଓ ପରେ କଟକ ଡାକ୍ତରଖାନାରୁ ଚିକିସôିତ ହୋଇ ଫେରିଥିବା ଦୟାନିଧି ନାୟକ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଥିବାବେଳେ ଉକ୍ତ ପତ୍ରର ନକଲ ପୂର୍ବାଂଚଳ ଆଇଜି, ପୁଲିସ୍ ମହାନିଦେ୍ର୍ଧଶକ, ଗୃହ ସଚିବ ପ୍ରମୁଖଙ୍କ ନିକଟକୁ ପଠାଇଛନ୍ତି । ଉକ୍ତ ଅଭିଯୋଗ ପତ୍ର ମୂଳେ ବାସୁଦେବପୁର ଥାନା ଅଧୀନସ୍ଥ ବଳିବିନ୍ଧା ଗ୍ରାମର ଦୟାନିଧି ନାୟକ ୧୯୯୮ ମସିହାରେ ସଂପୃକ୍ତ ସଂସ୍କୃତ ମହାବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ । ଏପରିକି ସେ ସେଠାରେ କାର୍ଯ୍ୟରତ ଥାଇ ୨୦୧୯ ମସିହା ନିର୍ବାଚନ କାର୍ଯ୍ୟରେ ମଧ୍ୟ ନିୟୋଜିତ ହୋଇଥିଲେ । ପରବର୍ତୀ ସମୟରେ ତାଙ୍କୁ ଉକ୍ତ ପଦରୁ ବେଆଇନ୍ ଭାବେ ବହିଷ୍କାର କରାଯାଇ ଶ୍ରୀଲତା ମହାକୁଡଙ୍କୁ ନିଯୁକ୍ତି ଦିଆଯାଇଥିବାର ଜାଣିବାକୁ ପାଇଥିଲେ । ଏବଂ ସେ ସଂପର୍କିତ ସମସ୍ତ ଜାଲିଆତି ତଥ୍ୟ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ଏଥିରେ କୌଣସି କାର୍ଯ୍ୟାନୁÂାନ ନହେବାରୁ ସେ ସୂଚନା ଅଧିକାର ଆଇନ୍ ବଳରେ କେତେକ ତଥ୍ୟ ମାଗିଥିଲେ । ଏହି କାରଣରୁ ଗତ ଜାନୁଆରୀ ୩୧ ତାରିଖ ଅପରାହ୍ନ ପ୍ରାୟ ୧.୩୦ ସମୟରେ ବାସୁଦେବପୁର କୋର୍ଟ ପରିସରରେ ପ୍ରଶାନ୍ତ କୁମାର ପାଢୀ, ଶ୍ରୀଲତା ମହାକୁଡ, ପରେଶ କୁମାର ମହାନ୍ତି, ବିଦ୍ୟାଧର ବେହେରା, ରତ୍ନାକର ପୃଷ୍ଟି, ପ୍ରତାପ କୁମାର ରାଉତ, ତପନ କୁମାର ମହାରଣା, ନରହରି ବେହେରା, ସୁରେଶ କୁମାର ନାୟକ, ସନ୍ତୋଷ କୁମାର ମହାନ୍ତି, ଦୁର୍ଯେ୍ୟାଧନ ସେଠୀ, ପ୍ରଶାନ୍ତ କୁମାର ମହାନ୍ତି ପ୍ରମୁଖ ତାଙ୍କ ମୋଟର ସାଇକେଲ୍ଟିକୁ ଚାବି ପକାଇ ତାଙ୍କ ଉପରେ ଅତର୍କିତ ମରଣାନ୍ତକ ଆକ୍ରମଣ କରିଥିଲେ । ସେମାନେ ତାଙ୍କ ତଂଟିକୁ ଚିପି ହତ୍ୟା ଉଦ୍ୟମ କରୁଥିବାବେଳେ ଶ୍ୱାସରୁଦ୍ଧ ହୋଇ ସେ ଛଟପଟ ହେବାରୁ ସେମାନେ ତାଙ୍କର ମୋବାଇଲ୍ ଛଡାଇ ପଳାୟନ କରିଥିଲେ । ତେବେ ଦୟାନିଧି ଜୀବନ ବଂଚାଇ କୋର୍ଟ ପରିସରରୁ ଥାନାକୁ ଯିବାପରେ ପୁଲିସ୍ ଘଟଣାସ୍ଥଳକୁ ଆସିଥିଲେ ମଧ୍ୟ ସଂପୃକ୍ତ ବ୍ୟକ୍ତିମାନେ ଉକ୍ତ ସ୍ଥାନ ଛାଡି ପଳାଇ ଯାଇଥିଲେ । ଅଭିଯୁକ୍ତ ପ୍ରଶାନ୍ତ ପାଢୀ ଯେଉଁ ଗୁଣ୍ଡାଶ୍ରେଣୀୟ ଲୋକମାନଙ୍କୁ ନେଇ ତାଙ୍କ ଉପରେ ଆକ୍ରମଣ କରିଥିଲା, ସେମାନେ ଅନାଦି ଚରଣ ବେହେରା ଓ ତାଙ୍କ ପରିବାର ବର୍ଗଙ୍କୁ ଅନୁରୂପ ମରଣାନ୍ତକ ଆକ୍ରମଣ କରିବା ନେଇ ମେରାଇନ୍ ଥାନାରେ ୭/୧୯ ଓ ଜିଆର କେଶ୍ ୭୯/୧୯ ରେ ରୁଜୁ ହୋଇଥିଲା । ବାସୁଦେବପୁର ଥାନାରେ କେଶ୍ ନଂ ୩୨୭/୧୯ ତଥା ଜିଆର କେଶ୍ ନଂ ୫୭୫/୧୯ ମୂଳେ ମଧ୍ୟ ପ୍ରଶାନ୍ତ ପାଢୀ, ଶ୍ରୀଲତା ମହାକୁଡ ଓ ସରୋଜ ନାୟକ ନାମରେ ମାମଲା ରହିଛି । ଇତିମଧ୍ୟରେ ବାସୁଦେବପୁର ଥାନା ପୁଲିସ୍ ସରୋଜଙ୍କୁ ଗିରଫ କରିଛନ୍ତି । ଅନ୍ୟ ଦୁଇଜଣଙ୍କୁ ପୁଲିସ୍ ଘଂଟ ଘୋଡାଉଥିବାରୁ ସେମାନେ ବିଭିନ୍ନ ଅପରାଧ ମୂଳକ କାର୍ଯ୍ୟ କରିଚାଲିଛନ୍ତି । କ୍ରାଇମ୍ ବ୍ରାଂଚର ଆରକ୍ଷୀ ଅଧିକ୍ଷକଙ୍କ ପକ୍ଷରୁ ଉପରୋକ୍ତ ଅଭିଯୁକ୍ତଙ୍କ ଗିରଫ ନେଇ କଡା ନିଦେ୍ର୍ଧଶ ଥିବା ସତ୍ୱେ ବାସୁଦେବପୁର ପୁଲିସ୍ ନୀରବ ରହିଛି । ଦୟାନିଧିଙ୍କୁ ଦିନ ଦ୍ୱିପ୍ରହରରେ କୋର୍ଟ ପରିସରରେ ଯେଭଳି ମରଣାନ୍ତକ ଆକ୍ରମଣ କରାଗଲା, ତାହାର ସମସ୍ତ ଚିତ୍ର କୋର୍ଟରେ ଲାଗିଥିବା ସିସିଟିଭି ଫୁଟେଜରେ ରହିଥିଲେ ମଧ୍ୟ ପୁଲିସ୍ ସେ ଦିଗରେ କୌଣସି କାର୍ଯ୍ୟାନୁÂାନ ଗ୍ରହଣ ନକରିବା ନେଇ ଦୟାନିଧି ଜିଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ଉଚ୍ଚ ପଦାଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଣୁ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ବାସୁଦେବପୁର ଥାନା ପୁଲିସ୍ ଚୋରି, ଛିନତାଇ, ବଳକôାର, ଚିଟିଂ ଭଳି ଘଟଣାରେ ପୂର୍ବରୁ ମାମଲା ଥିବା ଉପରୋକ୍ତ ଅଭିଯୁକ୍ତଙ୍କ ପ୍ରତି କାହିଁକି ଯେ ନରମ ମନୋଭାବ ପୋଷଣ କରୁଛି, ସେ ଦିଗରେ ବିହିତ କାର୍ଯ୍ୟାନୁÂାନ ଗ୍ରହଣ କରିବା ପାଇଁ ଦୟାନିଧି ସମସ୍ତ ଅଧିକାରୀଙ୍କ ନିକଟରେ ନିବେଦନ କରିଛନ୍ତି ।
Related Stories
November 24, 2024
November 24, 2024