
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ରବିବାର ମଧ୍ୟାହ୍ନ ସମୟରେ ଜଗନ୍ନାଥ ବଲ୍ଲଭ ପର୍କିଙ୍ଗ ସ୍ଥଳରେ ଅଘଟଣ ଘଟିଛି |ସୂଚନା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ ପାଇଁ କିଛି ଭକ୍ତ ଏକ ବୋଲେରୋ ଗାଡିରେ ପୁରୀ ଆସିଥିଲେ |ପୁରୀରେ ପହଂଚିବା ପରେ ଦର୍ଶନ ପାଇଁ ଆସିଥିବା ଭକ୍ତ ମାନେ ଜଗନ୍ନାଥ ବଲ୍ଲଭ ପର୍କିଙ୍ଗ ରେ ପହଞ୍ଚି ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଯାଇଥିଲେ |ପରେ ଗାଡି ଚାଳକ ଭକ୍ତଙ୍କୁ ଛାଡି ଗାଡିଟିକୁ ପ୍ରଥମ ମହଲା ରେ ପଛୁଆ ନେଇ ପାର୍କ କଲାବେଳେ ହଠାତ ଗାଡିଟି ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା | ଗାଡି ଚାଳକ ଜଣକ ସୌଭାଗ୍ୟ ବଶତଃ ବଞ୍ଚି ଯାଇଛନ୍ତି ତାଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡିଛି|ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି |ଏହି ଅଘଟଣ ପାଇଁ ସ୍ଥାନୀୟ ବାସିନ୍ଦା ପ୍ରଶାସନ କୁ ଦାୟୀ କରୁଛନ୍ତି କାରଣ ଯେଉଁ ସ୍ଥାନ ଦେଇ ଗାଡିଟି ତଳକୁ ଖସିପଡ଼ିଛି ସେଠାରେ ଗାଡି ସୁରକ୍ଷା ଦୃଷ୍ଟିରୁ କୌଣସି ପ୍ରତିବନ୍ଧକ ନାହିଁ ସେଥିପାଇଁ ଦୃଘଟଣା ଘଟିଛି |ଜିଲ୍ଲା ପ୍ରଶାସନ ତରଫରୁ ଏଭଳି ଦୃଘଟଣା କୁ ରୋକିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ଘଟଣା ସ୍ଥଳରେ ଉପସ୍ଥିତ ଲୋକଙ୍କ ତରଫରୁ ମତ ପ୍ରକାଶ ପାଇଛି |