ଭଦ୍ରକ -ଏହି ଜିଲାର ବନ୍ତ ବ୍ଲକ୍ ଅଧୀନସ୍ଥ କେନ୍ଦୁଆପଦା ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ରୂପାୟନ” ସହଯୋଗରେ ଏକ ନିଶା ନିବାରଣ ସଚେତନତା ଶିବିର ଅନୁÂିତ ହୋଇଯାଇଛି । ରୂପାୟନର ଭଦ୍ରକ ଜିଲା ସଭାପତି ତଥା ବରିÂ ସାମ୍ବାଦିକ ପ୍ରମୋଦ ରାୟଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ଶିବିରରେ ‘ଅମୃତ ଦର୍ଶନ’ ର ସଂପାଦକ ତଥା ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କୌଣସି ନିଶାଦ୍ରବ୍ୟ ସେବନ ନକରିବା ପାଇଁ ଶପଥ ପାଠ କରାଇବା ସହ ଯେଉଁମାନଙ୍କ ପରିବାରର ସଦସ୍ୟମାନେ ନିଶା ସେବନ କରୁଛନ୍ତି ସେମାନଙ୍କୁ ଉପସ୍ଥିତ ଛାତ୍ରଛାତ୍ରୀମାନେ ନିଜ ନିଜର ଜନ୍ମଦିନ ମାନଙ୍କରେ ତାହା ଛାଡିବାକୁ ଅନୁରୋଧ କରିବାକୁ ପରାମର୍ଶ ଦେଇଥିଲେ । ଏବଂ ତାହା ହିଁ ସେମାନଙ୍କର ଶ୍ରେÂ ଉପହାର ହେବ ବୋଲି ସୂଚାଇଥିଲେ । ମୁଖ୍ୟବକ୍ତା ଭାବେ ବିରଂଚି ନାରାୟଣ ମାଧବାର୍ଜୁନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଜିଲା ଶିଶୁ ମଂଗଳ ସମିତିର ପ୍ରାକ୍ତନ ସଭାପତି ଡ. କମଳାକାନ୍ତ ସ୍ୱାଇଁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଶାରୁ ଦୂରେଇ ରହିବା ସହ ନିଜର ସଂସ୍ପର୍ଶରେ ଆସୁଥିବା ନିଶାସେବନ କାରୀଙ୍କୁ ନିଶା ରାକ୍ଷସର କବଳିତ ନହେବାକୁ ସଚେତନ କରାଇବା ପାଇଁ ପରାମର୍ଶ ଦେଇଥିଲେ । ରୂପାୟନର ନିଦେ୍ର୍ଧଶିକା ଶ୍ରଦ୍ଧାଞ୍ଜଳି ରାୟ ଏହି ଶିବିରକୁ ଉଦ୍ଘାଟନ କରିବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଭଲମଣିଷ ହେବାକୁ ହେଲେ ଆଜିଠାରୁ ନିଶାର ଗୋଲାମ ନହେବା ପାଇଁ ଯେଉଁ ଶପଥ ନେଲେ ତାହା ଜୀବନବ୍ୟାପୀ ମାନିବା ପାଇଁ ଉପଦେଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଧୀର ତରାଇ ଯୋଗଦେଇ ରୂପାୟନର ଏଭଳି ଏକ ଜନହିତକର ପଦକ୍ଷେପକୁ ପ୍ରଶଂସା କରି ପିଲାମାନେ ଏହା ପାଳନ କଲେ ଏହାର ଲକ୍ଷ୍ୟ ଓ ଉଦେ୍ଧଶ୍ୟ ସଫଳ ହୋଇପାରିବ ବୋଲି କହିଥିଲେ । ଶେଷରେ ସହକାରୀ ଶିକ୍ଷକ ତରଣୀସେନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।