
ଗଂଜାମ– ବ୍ରହ୍ମପୁର ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ଗଞ୍ଜାମ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଲେଖିକା ସାମ୍ମୁଖ୍ୟର ବର୍ଷା ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ଲେଖକ ସାମ୍ମୁଖ୍ୟ ସଭାପତି ହାଡ଼ିବନ୍ଧୁ ମାଳିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ବତ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବରେ ବିରୁପାକ୍ଷ ଦାଶ, ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ, କବୟିତ୍ରୀ ଜ୍ୟୋସ୍ନାରାଣୀ ଦେବୀ ସଂଯୋଜିକା ମଂଚାସିନ ହୋଇ ସାରସ୍ଵତ ସମାରୋହକୁ ଉଦ୍ଘାଟନ କରିଥିଲେ।
ପ୍ରାରମ୍ଭରେ ପଣ୍ଡିତ ଚନ୍ଦ୍ର ଶେଖର ମହାପାତ୍ର ବେଦ ପାଠ କରିଥିବା ବେଳେ ଶଙ୍କର୍ଷଣ ତ୍ରିପାଠୀ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ। ଅନୁଷ୍ଠିତ ଆଲୋଚନା ପ୍ରସଙ୍ଗରେ ବର୍ତ୍ତମାନ ଯୁବକ ଯୁବତୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଖାଦେଇଥିବା ପ୍ରେମ ପ୍ରବଣତା, ଧର୍ଷଣ, ବଳତ୍କାର, ହତ୍ୟା ଆତ୍ମହତ୍ୟା ଭଳି ଜଘନ୍ୟ ଅପରାଧ ଯୋଗୁଁ ଏକ ଆତଙ୍କିତ ବାତାବରଣ ସୃଷ୍ଟି ହୋଇଛି, ଏହାର ନିରାକରଣ ପାଇଁ ସଚେତନତା ସୃଷ୍ଟି କରିବା ନିମନ୍ତେ ଲେଖନୀ ଚାଳନା କରିବା ସହ ପଥ ପ୍ରାନ୍ତରେ ସଭା ସମିତି କରି ଜନ ସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ହେବ ବୋଲି ମତପ୍ରକାଶ ପାଇଥିଲା। ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ହାରିତସ ଆଲୋଚନାରେ ଅଂଶଗ୍ରହଣ କରି ନିଜସ୍ଵ କବିତା ପାଠ କରିଥିଲେ।
ଏହି ପାଠୋତ୍ସବରେ ଉପସଭାପତି ଡଃ. ବିଜୟ ଚନ୍ଦ୍ର ମହାରଣାଙ୍କ ସମେତ ସୁବାସ ଚନ୍ଦ୍ର ନାୟକ, ଶଙ୍କର୍ଷଣ ତ୍ରିପାଠୀ, ବଂଶୀଧର ସେଠୀ, ଶ୍ୟାମସୁନ୍ଦର ଖାଡଙ୍ଗା, ଡଃ. ସନ୍ତୋଷ କୁମାର ଦାଶ, ରବୀନ୍ଦ୍ର କୁମାର ନାୟକ, ଶ୍ରୀମତୀ ଅମିତା ମିଶ୍ର, ଶ୍ରୀମତୀ ଝୁନା ସେଠୀ, ମୋହନ କୁମାର ସ୍ବାଇଁ, ଶିବ ପ୍ରସାଦ ମିଶ୍ର ପ୍ରମୁଖଙ୍କ ସମେତ ଅନ୍ୟ କବି କବୟିତ୍ରୀ କବିତା ପାଠ କରିଥିଲେ। ଡଃ. ବିଜୟ ଚନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।