
ଭୁବନେଶ୍ୱର– ନୂଆ ରାଜନୈତିକ ଦଳ ଗଠନ ନେଇ ଚାଲିଥିବା ଚର୍ଚ୍ଚା ପ୍ରସଙ୍ଗରେ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ବି ଏହି ନେତା ମାନେ ଅନେକ ପ୍ରକାର ଦଳ କରି ବିଫଳ ହୋଇ ସାରିଲେଣି । ବିଭିନ୍ନ ଦଳ ଗଠନ ହୋଇଛି କିନ୍ତୁ ସେମାନେ କେବେ ସଫଳ ହୋଇନାହାନ୍ତି । ତେଣୁ ତୃତୀୟ ସାମୁଖ୍ୟ ଦ୍ଵାରା ଓଡ଼ିଶାରେ କିଛି ଫରକ ପଡିବ ବୋଲି ଲାଗୁନି । ବିଜେପି ଦୀର୍ଘ ବର୍ଷ ସଂଘର୍ଷ କରି 2024ରେ ସରକାର ଗଠନ କରିଛି । ବହୁତ ଦିନର ସଂଘର୍ଷ ଫଳରେ ଏହା ସମ୍ଭବ ହୋଇଛି । ରାତାରାତି ବିଜେପି ସରକାରକୁ ଆସିନାହିଁ । କିନ୍ତୁ ସେମାନଙ୍କୁ ରାତାରାତି ରେଜଲ୍ଟ ଦରକାର । ଯଦି ଧୈର୍ଯ୍ୟ ଧରି ରୀତିମତ ସଂଘର୍ଷ କଲେ ଫଳାଫଳ ମିଳିପାରେ । କିନ୍ତୁ ଏମାନଙ୍କ କାହାରି ପାଖରେ ଧୈର୍ଯ୍ୟ ନାହିଁ । ଏମାନଙ୍କୁ ତୁରନ୍ତ ରେଜଲ୍ଟ ଦରକାର ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର ।