

ମିଳିଥିବା ସୂଚନା ଅନୁଯାୟୀ, ଆଜି ସଂନ୍ଧ୍ୟାରେ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଆଟପୁର ଗ୍ରାମର ରତ୍ନାକର ପ୍ରଧାନ ତାଙ୍କ ପୁତୁରାଙ୍କ ସହ କାରରେ କେନ୍ଦୁଝରରୁ ଘରକୁ ବେଳେ ଦେବନ୍ଧ ଛକ ନିକଟରେ କାରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବର ପାଇ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ହେଲେ ରତ୍ନାକରଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଗୁରୁତର ଆହତ ଶିଶୁର ଚିକିତ୍ସା ଚାଲିଛି। ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚି ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି ।