
ଭୁବନେଶ୍ୱର– ୨୩ ଓ ୨୪ ତାରିଖରେ ପାଗ ଖରାପ ରହିବା ସହିତ ସମୁଦ୍ର ଅଶାନ୍ତ ରହିବ । ଏହି ସମୟରେ ଓଡ଼ିଶା ଉପକୂଳ ଓ ବାହାରେ ଏବଂ ଉତର ବଙ୍ଗୋପସାଗରରେ ପବନର ବେଗ ଘଂଟା ପ୍ରତି ୩୫ରୁ ୪୫ କି.ମି. ଏବଂ ସ୍ଥଳ ବିଶେଷରେ ୫୫ କି.ମି.କୁ ଛୁଇଁପାରେ । ଏଣୁ ଏହି ସମୟରେ ମତ୍ସ୍ୟଜିବୀମାନଙ୍କୁ ସମୁଦ୍ରକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।