
ଭୁବନେଶ୍ୱର – ଅନାସ୍ଥାରେ ହାରିବା ଭୟରେ ଇସ୍ତଫା ଦେଇ ବ୍ଲକ ଅଧ୍ୟକ୍ଷ ପଳାୟନ କରିଛନ୍ତି ବୋଲି କହିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ। ସେ କହିଛନ୍ତି ବ୍ଲକ୍ ଅଧ୍ୟକ୍ଷ ସରକାରୀ କାମ ୫ ରୁ ୧୦ କୋଟିର ବିଲ ଦସ୍ତଖତ କରୁନଥିଲେ। ୧୪ ମାସରେ ୪ ଥର ବ୍ଲକ ଆସିଥିଲେ। ସେଥିପାଇଁ ନିର୍ବାଚିତ ପ୍ରତିନିଧି ମାନେ ଅନାସ୍ଥା ଆଣିଥିଲେ । ଯେତେବେଳେ ଜାଣିଲେ ଅନାସ୍ଥାରେ ହାରିବେ ବୋଲି ଡ଼ରିକି ପଳାୟନ କଲେ। କିନ୍ତୁ ଅତୀତରେ ଯେଉଁ ଘୋଟଲା କରିଛନ୍ତି ସେଥିରେ ନିଶ୍ଚିତ ଛନ୍ଦି ହେବେ। ଏବେ ବଂଚିବାକୁ ନୂଆ କାହାଣୀ ବନାଉଛନ୍ତି ।