
ନୂଆଦିଲ୍ଲୀ– ଦିଲ୍ଲୀର ଦରିଆଗଞ୍ଜ ଥାନା ଅଞ୍ଚଳରେ ସଦଭାବନା ପାର୍କ ନିକଟରୋ ଥିବା ସିଟି ୱାଲ୍ ପାଖରେ ଥିବା ଏକ ଦୁଇମହଲା ବିଲ୍ଡିଂ ହଠାତ୍ ଭୁଶୁଡିପଡ଼ିଛି । ଏହି ଦୁର୍ଘଟଣାରେ କାମ କରୁଥିବା ତିନିଜଣ ଶ୍ରମିକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ପରିଚୟ ଜୁବେର୍, ଗୁଲସାଗର୍ ଓ ତୌଫିକ୍ ବୋଲି ଜଣାପଡିଛି।ଘଟଣା ସମ୍ବନ୍ଧରେ ସୂଚନା ମିଳିବା ସହିତ ପୋଲିସ ଓ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ମୃତଦେହଗୁଡ଼ିକୁ ଲୋକନାୟକ ଜୟପ୍ରକାଶ ହସ୍ପିଟାଲକୁ ପଠାଯାଇଛି। ଘଟଣା ସଂପର୍କରେ ସୂଚନା ମିଳିବା ସହିତ ଡିଡିଏମଏସହିତ ସମ୍ପୃକ୍ତ ନାଗରିକ ଏଜେନ୍ସିକୁ ମଧ୍ୟ ସୂଚିତ କରାଯାଇଛି।
ଏବେ ରେସକ୍ୟୁ କାର୍ଯ୍ୟ ଜାରି ରହିଛି ଓ ଅବଶେଷ ତଳେ ଆଉ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ପୋଲିସ କହିଛି ଯେ, ଯଥାଯଥ ତଦନ୍ତ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।