-
ବ୍ରହ୍ମପୁରରେ ବସରେ ବିଦ୍ୟୁତ ତାର ଲାଗି ଯାତ୍ରୀ ମୃତାହତ ଘଟଣାରେ ଦୁଃଖ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଳନ୍ଥରାର ମେଣ୍ଡରାଜପୁର ଠାରେ ବସ 11 କେଭି ବିଦ୍ୟୁତ ଲାଇନ୍ ସଂସ୍ପର୍ଶରେ ଆସି ଯାତ୍ରୀ ମୃତାହତ ଖବର ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ନେଇ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଳନ୍ଥରାର ମେଣ୍ଡରାଜପୁର ଠାରେ 11 କେଭି ବିଦ୍ୟୁତ ଲାଇନ୍ ସଂସ୍ପର୍ଶରେ ଆସି ବସରେ ନିଆଁ ଲାଗିବା କାରଣରୁ ଅନେକ ଯାତ୍ରୀ ମୃତାହତ ହେବା ଖବର ଶୁଣି ଦୁଃଖିତ । ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଆହତଙ୍କୁ ଉତ୍ତମମାନର ଚିକିତ୍ସା ଯୋଗାଇଦେବେ ବୋଲି ଆଶା। ଶ୍ରୀ ପ୍ରଧାନ ଆହୁରି ଉଲ୍ଲେଖ କରିଛନ୍ତି ଯେ କେଉଁ କାରଣରୁ ଏପରି ଦୁର୍ଭାଗ୍ୟଜନକ ଘଟଣା ଘଟିଲା ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଭବିଷ୍ୟତରେ ଯେପରି ଏହିପରି ଘଟଣା ନଘଟେ ସେଥିପାଇଁ ସଜାଗ ରହିବା ଜରୁରୀ । ଆହତଙ୍କ ଆଶୁଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମୃତକଙ୍କ ପରିବାରକୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ, ଏହା ମୋର ପ୍ରାର୍ଥନା ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।