
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ମଙ୍ଗଳବାର ପୂର୍ବାହ୍ନ ୭.୩0 ମିନିଟ ସମୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରି ଚତୁର୍ଦ୍ଧାମୂର୍ତ୍ତି ଙ୍କ ଆଶୀର୍ବାଦ ଲାଭ କରିଥିଲେ ଗଞ୍ଜାମ ଦିଗପହଣ୍ଡି ବିଧାୟକ ତଥା ଓଡିଆ ସେନେ ଅଭିନେତା ସିଦ୍ଧାନ୍ତ ମହାପାତ୍ର | ଶ୍ରୀମହାପାତ୍ର ସିଂହଦ୍ୱାର ରେ ପହଂଚିବା କ୍ଷଣି ବରିଷ୍ଠ ସେବାୟତ ତଥା ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମଧୁସୂଦନ ସିଂହାରୀ ସ୍ୱାଗତ କରିବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଆଶୀର୍ବାଦ ସ୍ୱରୂପ ପତିତପାବନ ବାନା ପ୍ରଦାନ କରି ଆଶୁ ଆରୋଗ୍ୟ କାମନା କରିଥିଲେ |