
ଭୁବନେଶ୍ୱର– ଶକ୍ତି ବିଭାଗର ଗୃହ କମିଟି ବୈଠକରେ ଗ୍ରୀନ ଏନର୍ଜି ଓ ସ୍ମାର୍ଟ ମିଟରକୁ ନେଇ ଉଦବେଗ ପ୍ରକାଶ ପାଇଛି। ତାପଜ ବିଦ୍ୟୁତ ଅପେକ୍ଷା ଜଳ ବିଦ୍ୟୁତ, ସୌର ବିଦ୍ୟୁତ ଏବଂ ପବନ ବିଦ୍ୟୁତ ଉତ୍ପାଦନ ବୃଦ୍ଧି କରିବା ପାଇଁ ଶକ୍ତି ବିଭାଗକୁ ସୁପାରିଶ କରାଯାଇଛି। ଅଧିକ ତାପଜ ବିଦ୍ୟୁତ ଉତ୍ପାଦନ ଯୋଗୁଁ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଗ୍ରୀନ ଏନର୍ଜିକୁ ବୃଦ୍ଧି କରିବାକୁ କୁହାଯାଇଛି । ସବୁ ମେଡିକାଲ କଲେଜ ଓ ହସ୍ପିଟାଲରେ ନିରବଛିନ୍ନ ବିଦ୍ୟୁତ ଯୋଗାଇବାକୁ ଶକ୍ତି ବିଭାଗକୁ ସୁପାରିଶ କରିଛି କମିଟି। ସେହିପରି ମୃତ ବ୍ୟକ୍ତିଙ୍କ ନାମରେ ବିଦ୍ୟୁତ ବିଲ ବକେୟା ଥିଲେ ଏବଂ ତାଙ୍କ ପର ପିଢ଼ି ଭିନ୍ନ ଭିନ୍ନ ଘର କରିଥିଲେ ସେମାନଙ୍କୁ ରିହାତି ଦିଆଯାଇ ବିଦ୍ୟୁତ ସଂଯୋଗ କରାଯିବ ବୋଲି ପରାମର୍ଶ ଦିଆଯାଇଛି। ଏହାସହ ଡ଼ିଫେକଟିଭ ସ୍ମାର୍ଟ ମିଟର ଓ ପାୱାର କଟ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଛି । ସେଥିପାଇଁ ଶକ୍ତି ବିଭଗର ଷ୍ଟାଣ୍ଡିଙ୍ଗ କମିଟି ଶକ୍ତି ବିଭାଗକୁ ରିପୋର୍ଟ ମାଗିଛି।