
କେନ୍ଦ୍ରାପଡ଼ା– ପଟ୍ଟାମୁଣ୍ଡାଇ କାଠିଆପଡା ଛାତ୍ରୀ ପୋଡି ମାମଲାର ତଦନ୍ତ କରି ପୋଲିସ ଏହି ନିର୍ଯ୍ୟାସରେ ପହଂଚିଛି ଯେ, ପୋଡିଯିବା କାରଣରୁ ସମ୍ପୃକ୍ତ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଆଜି ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ଏହା କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ।
ଏନେଇ ଅଧିକ ସୂଚନା ଦେଇ ଶ୍ରୀ କଟାରିଆ କହିଛନ୍ତି ଯେ, ପୋଡିଯିବା କାରଣରୁ ସମ୍ପୃକ୍ତ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଘଟଣା ଦିନ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଛାତ୍ରୀ ଜଣକ ଫୋନ୍ ରେ କଥା ହୋଇଥିଲେ । ତେବେ ଅନର କିଲିଂ ସମ୍ପର୍କରେ ଏବେ ସୁଦ୍ଧା କିଛି ତଥ୍ୟ ଆସିନାହିଁ ।
ଘଟଣାରୁ ପ୍ରକାଶ ଯେ, ଗତ ୬ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଚଂଳ ଥାନା ଅନ୍ତର୍ଗତ କାଠିଆପଡା ଗ୍ରାମରେ ଏହି ଅଘଟଣ ଘଟିଥିଲା । ଛାତ୍ରୀ ଜଣକ ସନ୍ଦେହଜନକ ଭାବେ ପୋଡିହୋଇ ମୃତ୍ୟୁବରଣ କରିଥିଲେ । ଘଟଣାରେ ମୃତ ଛାତ୍ରୀଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରାକୁ ପୋଲିସ ଗିରଫ କରିଥିଲା ।