-
୭୯୯୪ ଜଣ ଲୋକଙ୍କ ଉପରେ ନଜର ରଖା ଯାଉଛି
ନୂଆଦିଲ୍ଲ- କୋରନା ଭାଇରାସ ପାଇଁ ବର୍ତମାନ ସୁଦ୍ଧା ୧,୭୬.୦୦୦ ଯାତ୍ରାଙ୍କର ସ୍କ୍ରିନିଂଗ କରା ଯାଇଥିବା ବେଳେ ୭୯୯୪ ଜଣ ଲୋକଙ୍କ ଉପରେ ନଜର ରଖା ଯାଉଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୂଦନ ଦେଶରେ କରୋନା ଭାଇରସର ବର୍ତମାନ ସ୍ଥିତିକୁ ନେଇ ସମୀକ୍ଷା ଅବସରରେ ଏହି ତଥ୍ୟ ଜଣା ପଡିଛି ।
ବୈଠକରେ ଦିଆ ଯାଇଥିବା ତଥ୍ୟ ଅନୁସାରେ ଦେଶର ସମସ୍ତ ପ୍ରମୁଖ ବିମାନ ବନ୍ଦରରେ ଚୀନ ଓ ହଙ୍ଗକଙ୍ଗ ବ୍ୟତୀତ ସିଙ୍ଗାପୁର ଓ ଥାଇଲ୍ୟାଣ୍ଡରୁ ଆସୁଥିବା ବିମାନର ଯାତ୍ରୀ ମାନଙ୍କୁ ଚେକ କରା ଯାଇଛି । ଏଥିରେ ମୋଟ ୧,୭୬.୦୦୦ ଯାତ୍ରାଙ୍କର ସ୍କ୍ରିନିଂଗ କରା ଯାଇଛି ।
କରୋନା ଭାଇରସକୁ ନେଇ କୌଣସି ପ୍ରକାର ସ୍ଥିତିର ମୁକାବିଲା କରିବା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକୁ ସତର୍କ କରା ଯାଇଛି ।