ନୂଆଦିଲ୍ଲୀ- ନାଗା ଉଗ୍ରବାଦୀ ଗୋଷ୍ଠୀକୁ ଧନ ଉପଲବ୍ଧ କରାଇବା ଅଭିଯୋଗରେ ଏନଆଇଏ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏହି ବ୍ୟକ୍ତି ଜଣଙ୍କ ନ୍ୟାସନା ସୋସିଆଲିଷ୍ଟ କାଉନସିଲ ଅଫ ନାଗାଲ୍ୟାଣ୍ଡ (ଆଇଏମ) ଗୋଷ୍ଠୀକୁ ଟଙ୍କା ଉପଲବ୍ଧ କରାଉଥିଲା । ଗିରଫ ବ୍ୟକ୍ତିର ନାମ ମସାସୋସାଙ୍ଗ ଆଓ ଓ ସେ ଦିମାପୁରର ବୋଲି ଜଣା ପଡିଛି ।
ମିଳିଥିବା ସୂଚନା ଅନୁସାରେ ସେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଏଲୋମିଓ ଜମୀରଙ୍କ ସହଯୋଗୀ । ଗିରଫ କରା ଯିବା ପରେ ତାକୁ ନୂଆଦିଲ୍ଲୀର ଏନଆଇଏ କୋର୍ଟରେ ହାଜର କରା ଯାଇଥିଲା । ଏହା ପରେ ତାକୁ ପଚାରା ଉଚୁରା ପାଇଁ ପୋଲିସ ହାଜତକୁ ପଠାଇ ଦିଆ ଯାଇଛି ।