
ଭୁବନେଶ୍ୱର -ଭାରତରେ ଇଣ୍ଡୋନେସିଆ ଗଣତନ୍ତ୍ରର ରାଷ୍ଟ୍ରଦୂତ ଇନା ହାଗ୍ନିନିଙ୍ଗତିୟାସ କୃଷ୍ଣମୂର୍ତି ଏବଂ ଓଡିଶା ରାଜ୍ୟ ଉନ୍ନୟନ କମିଶନରତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅନୁଗର୍ଗ କଟକ ମହାନଦୀ ତଟ ଯୋବ୍ରା ସ୍ଥିତ ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟ ଠାରେ ନବୀକରଣ କରାଯାଇଥିବା ଇଣ୍ଡୋନେସିଆନ୍ ଗ୍ୟାଲେରୀକୁ ଗତ ଗୁରୁବାର ଉଦଘାଟନ କରିଛନ୍ତି ।
ପୁନଃସଜ୍ଜିତ ଏହି ଗ୍ୟାଲେରୀରେ ଓଡିଶା ଓ ଇଣ୍ଡୋନେସିଆ ମଧ୍ୟରେ ସମୁଦ୍ର ପଥରେ ବର୍ଷ ବର୍ଷ ଧରି ପ୍ରାଚୀନ ନୌବାଣିଜ୍ୟିକ ଯାତ୍ରା ଏବଂ ସାଂସ୍କୃତିକ ସଂପର୍କକୁଉପସ୍ଥାପିତ କରାଯାଇଛି ଯେଉଁଥିରେ କି ବହୁ ମୂଲ୍ୟବାନ ଆବିଷ୍କାରଗୁଡିକୁ ସ୍ଥାନିତ ହୋଇଛି । ଏହି ଗ୍ୟାଲେରୀକୁ ଅଧିକ ବିକଶିତ କରାଯାଇ ଏଥିରେ ଉତମ ଆଲୋକ ବ୍ୟବସ୍ଥା,ଉନ୍ନତ ସୂଚକ(ସାଇନେଜ) ସହ ଆକର୍ଷଣୀୟ କଳାକୃତି ସହିତ ସଂରକ୍ଷଣ ବ୍ୟବସ୍ଥା ଆଦିରେ ଅଧିକ ଉନ୍ନତିଅଣାଯାଇଛି ।
ଏହି ପରିଦର୍ଶନ ସମୟରେ ଇଣ୍ଡୋନେସିଆର ମହାମହିମରାଷ୍ଟ୍ରଦୂତ ଓଡ଼ିଶାରେ ତାଙ୍କୁ ମିଳିଥିବା ସମ୍ମାନ ପ୍ରତି ଅତ୍ୟନ୍ତ ଆନନ୍ଦ ପ୍ରକାଶ କରି ନବୀକୃତ ଇଣ୍ଡୋନେସିଆ ଗ୍ୟାଲେରୀ ଓଡ଼ିଶା ଏବଂ ଇଣ୍ଡୋନେସିଆ ମଧ୍ୟରେ ଗଭୀର ସମ୍ପର୍କ ଏବଂ ଓଡ଼ିଶାର ସମୃଦ୍ଧ ଇତିହାସକୁ ଉଜ୍ଜୀବିତ କରିଛି ବୋଲି କହିଥିଲେ। ଓଡ଼ିଶା ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ , ଇଣ୍ଡୋନେସିଆ ଦୂତାବାସ ତରଫରୁ ନିରନ୍ତର ସମର୍ଥନ ପାଇଁ ପ୍ରଶଂସା କରିବା ସହିତ ଏହି ସହଯୋଗ ଓଡ଼ିଶା ଏବଂ ଇଣ୍ଡୋନେସିଆର ସାଂସ୍କୃତିକ ସଂପର୍କକୁ ସୁଦୃଢ କରିଛି ବୋଲି ପ୍ରକାଶ କରିଥିଲେ। ଇଣ୍ଡୋନେସିଆ ଏବଂ ଅନ୍ୟ ଏସିଆନ୍ ଦେଶମାନଙ୍କ ସହିତ ଏଭଳି ସହଯୋଗୀ ପ୍ରୟାସରେ ମ୍ୟୁଜିୟମର ଅଧିକ ଉନ୍ନୟନମୂଳକ କାର୍ଯ୍ୟ ଓ ଆଧୁନିକୀକରଣ କରାଗଲେ ସଂଗ୍ରହାଳୟକୁ ଆସୁଥିବା ଦର୍ଶକମାନଙ୍କର ଅଭିଜ୍ଞତା ବୃଦ୍ଧି ପାଇବ ବୋଲି ଉନ୍ନୟନ ଆୟୁକ୍ତ ଆଶାବ୍ୟକ୍ତ କରିଛନ୍ତି।