
ଭୁବନେଶ୍ଵର : ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଜନ୍ମାଷ୍ଟମୀ ମହୋତ୍ସବରେ ଯୋଗଦେଇଛନ୍ତି। ଚଳିତ ଅଗଷ୍ଟ ୧୬ ତାରିଖ ସନ୍ଧ୍ୟାରେ ଗୌରହରି ସେବା ଟ୍ରଷ୍ଟ ଭୁବନେଶ୍ଵର ଆନୁକୁଲ୍ୟରେ ଆୟୋଜିତ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବରେ ରାଜ୍ୟପାଳ ଡ. କମ୍ଭମପାଟି ଏବଂ ସହଧର୍ମିଣୀ ଓଡ଼ିଶାର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା କରିବା ସହ ରାଜ୍ୟବାସୀଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି ତଥା ରାଜ୍ୟର ପ୍ରଗତି ପାଇଁ ପ୍ରାର୍ଥନା କରିଥିଲେ। ଏପରି ମହୋତ୍ସବ ମାଧ୍ୟମରେ ସମାଜରେ ଭକ୍ତି ଭାବ, ସାଂସ୍କୃତିକ ସମନ୍ବୟ ଏବଂ ସଦଭାବନା କୁ ପ୍ରୋତ୍ସାହିତ କରିବା ଦିଗରେ ଆୟୋଜକମାନଙ୍କର ଉଦ୍ୟମକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ସଂଜୀବ କୁମାର ବାରିକ, ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ.