
ବୌଦ୍ଧ-   ବୌଦ୍ଧ ଜିଲା ବାଉଁଶୁଣୀ ଠାରେ ଚାଲିଥିବା ଦିତୀୟ  ଲୋକ ମହୋତ୍ସବର ଚତୁ୍ର୍ଥ  ସଂନ୍ଧ୍ୟାରେ ଲୋକନୃତ୍ୟର ତାଳେତାଳେ ଦର୍ଶକମାନେ ଝୁମିଥିଲେ । ମହୋତ୍ସବ ବର୍ଷା ଯୋଗୁଁ ଫିକା ପଡିଥିବା ଆସୁଥିବା ବେଳେ କିନ୍ତୁ କମିଟି ପକ୍ଷରୁ ମହୋତ୍ସବକୁ   ମହାସମାରୋହରେ ପାଳନ କରିବାକୁ ପ୍ରୟାସ ଚଳାଇଅଛନ୍ତି । ଚତୁର୍ଥ  ଦିବସରେ  ସାମ୍ବାଦିକ ଉମାକାନ୍ତ ମହାକୁଡଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସମାଜସେବୀ ତଥା ନାଟ୍ୟକାର ନାରାୟଣ ଦେହୁରୀ ଓ ସମ୍ମାନିତ ଅତିଥି ଭାବେର  ବାଉଁଶୁଣୀ ଅଗ୍ନିଶମ ଅଧିକାରୀ ଏଚ.କେ.ପଟନାୟକ, ଥାନା ଅଧିକାରୀ ରାମ ସୁବ୍ରମଣ୍ୟ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଚତୁର୍ଥ  ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲାଙ୍ଗିର ତୁଷୁରାର କୃଷ୍ନପ୍ରିୟା କଳାପରିଷଦ ପକ୍ଷରୁ ଘୁଡୁକା ନାଚ, ପୁରୀର ଗୋଟି ପୁଅ, ବୌଦ୍ଧ ପ୍ରଣାମ ଅନୁଷ୍ଠାନର ଓଡିଶୀ ନୃତ୍ୟୁ, ଝାଇଁରେ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପଞ୍ଚରସୀ ନୃତ୍ୟୁ ଓ ସ୍ଥାନୀୟ କଳାକାରଙ୍କ ଦ୍ୱାରା ପାରମ୍ପରିକ ନ୍ୟତ୍ୟୁ ପରିବେଷଣ ହୋଇଥିଲା । ମେଘୁଆ ପାଗ ସ୍ୱତ୍ତେ    ଦର୍ଶକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।   ମହୋତ୍ସବରେ ୭୦ରୁ ଉର୍ଦ୍ଧ୍ୱ ଷ୍ଟଲରେ ଘରକରଣା ସାମଗ୍ରୀ ଓ ମିନାବଜାରରୁ ବିଭିନ୍ନ ସମାଗ୍ରୀ  କିଣା ବିକା କରିବା ସହ ଓ ସୁସାଦ୍ୱ ଖାଦ୍ୟର  ମଜା ଦର୍ଶକ ମାନେ ନେଇଥିଲେ । ଚକ୍ରଧର ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ   ଅଙ୍ଗୁରବାଳା ମେହେର ସାଂସ୍କୃତିକ  ମଞ୍ଚ ପରିଚାଳନା କରିଥିଲେ । ହିନ୍ଦୁସ୍ଥାନ ସମାଚାର/ସଂପତ୍