
ଭୁବନେଶ୍ୱର– ମହାନ ସନ୍ଥ ରାମକୃଷ୍ଣ ପରମହଂସଙ୍କୁ ତାଙ୍କ ପୁଣ୍ୟତିଥିରେ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ଆଧ୍ୟାତ୍ମିକତାର ଅଦ୍ୱିତୀୟ ପ୍ରତୀକ, ମହାନ ସନ୍ଥ ଓ ଚିନ୍ତକ ଶ୍ରୀ ରାମକୃଷ୍ଣ ପରମହଂସ ଜୀଙ୍କ ପୁଣ୍ୟତିଥିରେ ମୁଁ ତାଙ୍କୁ କୋଟି କୋଟି ନମନ କରୁଛି।
ମା କାଳୀଙ୍କ ପରମ ଭକ୍ତ ଶ୍ରୀ ରାମକୃଷ୍ଣ ପରମହଂସ ଜୀ ଜଣେ ଅଦ୍ୱିତୀୟ ସନ୍ଥ ଥିଲେ, ଯିଏ ଜୀବନର ସରଳତା ଓ ଅନନ୍ୟ ଭକ୍ତି ଦ୍ୱାରା ଆମକୁ ଈଶ୍ୱର ପ୍ରତି ଆମର ଦୃଷ୍ଟିକୋଣ ବଦଳେଇବାକୁ ପ୍ରେରଣା ଦେଇଥିଲେ।
ତାଙ୍କର ଜୀବନ ଏକ ସାଧାରଣ ବ୍ୟକ୍ତିରୁ ଆରମ୍ଭ କରି ଶ୍ରେଷ୍ଠତମ ଦିବ୍ୟ ଅନୁଭୂତିକୁ ପ୍ରାପ୍ତ କରିବା ପର୍ଯ୍ୟନ୍ତର ଏକ ଅଦ୍ଭୁତ ଦୃଷ୍ଟାନ୍ତ ଅଟେ । ସେ ବିଶ୍ୱ ବନ୍ଧୁତ୍ୱ ଭାବନାର ପ୍ରତୀକ ଥିଲେ। ତାଙ୍କର ଅନୁଭୂତି ଓ ଶିକ୍ଷାଗୁଡ଼ିକ ଆଜି ମଧ୍ୟ ଆମ ଜୀବନରେ ଦିଗ ଦେବା କାମ କରୁଛି।