
ଗଂଜାମ, ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ସିଦ୍ଧାର୍ଥ ନଗର ମୁଖ୍ୟ ରାସ୍ତାସ୍ଥିତ ହିମାନୀ ସେଲୀବ୍ରେସନ ପରିସରରେ ଆମ ଦେଶର ଅଣାଅଶିତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି || କେନ୍ଦ୍ର ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ର ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଓ ତ୍ୟାଗର ଆଲୋଚନା କରି ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ଓ ଭୂମିକା ଉପରେ ଆଲୋକପାତ କରିଥିଲେ ||ସମ୍ପାଦକ ମହମଦ ଆସଲାମ କେନ୍ଦ୍ରର କାର୍ଯ୍ୟକ୍ରମ ଓ ଅମର ସ୍ୱାଧୀନତା ଉପରେ ଅନ୍ତଃ ଓ ବାହ୍ୟ ଶତ୍ରୁଙ୍କ ହସ୍ତକ୍ଷେପ ଓ ବିପଦ ପ୍ରତି ସଜାଗ ରହିବାପାଇଁ ଆହ୍ୱାନ ଦେଇଥିଲେ || ବରିଷ୍ଠ ସଦସ୍ୟ ଡା. କୈଳାସ ଚନ୍ଦ୍ର ତ୍ରିପାଠୀ ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ || ଉପସଭାପତି ହର ମୋହନ ପାଣିଗ୍ରାହୀ ଆମ ଦେଶର ଉଜ୍ବଳ ଭବିଷ୍ୟତ ଅଛି ଏବଂ ଏଥିପାଇଁ ସମସ୍ତ ନାଗରିକ, ପ୍ରଶାସନ, ସରକାର ଓ ସର୍ବୋପରି ସୁରକ୍ଷା ବାହିନୀ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ ||ସଂଗଠନ ସମ୍ପାଦକ ଶ୍ରୀ ପାର୍ବତୀ ପ୍ରସାଦ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ || ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁବ୍ରତ ପୂଜାରୀ, ସୁନୀଲ କୁମାର ସାହୁ, ସୁବାସ ଚନ୍ଦ୍ର ପଟ୍ଟନାୟକ, କେ ଧର୍ମା ରାଓ, ଟୁକୁନା ଦାସ, ଶ୍ରୀ ମୟୀଉଦିନ ଓ ଅନେକ ବୁଦ୍ଧିଜୀବୀ ଯୋଗଦେଇ ନିଜ ନିଜର ବିଚାର ବ୍ୟକ୍ତ କରିଥିଲେ || ପରେ ପରେ କେନ୍ଦ୍ର ତରଫରୁ ଅମ୍ବାଗଡ଼ ସ୍ଥିତ ବୃଦ୍ଧ ନିବାସର ଅନ୍ତେବାସୀଙ୍କୁ ଫଳ ଓ ବିସ୍କୁଟ ବିତରଣ କରାଯାଇଥିଲା ଓ ସେମାନଙ୍କ ସହ ବାର୍ତାଳାପ କରି ସ୍ୱାଧୀନତା ଦିବସ ଓ ତାଙ୍କ ସ୍ୱାସ୍ଥ୍ୟ ତଥା ଶାନ୍ତି ବିଷୟରେ ଆଲୋଚନା କରାଯାଇଥିଲା || ଆଶ୍ରମର ପରିଚାଳିକା ଏମ ମିନତୀ ରାଓ, ଶିବାନୀ ସାହୁ, କୁଣିଆ ବେହେରା ଓ ପ୍ରଶାନ୍ତ ପାଢ଼ୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ||