
ବେଙ୍ଗାଲୁରୁ- କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ କେ.ଆର୍. ମାର୍କେଟ୍ ନିକଟସ୍ଥ ନାଗରଥପେଟେ ଅଞ୍ଚଳରେ ଏକ ଚାରି ମହଲା ବ୍ୟବସାୟିକ ବିଲ୍ଡିଂରେ ଲାଗିଥିବା ଭୟାନକ ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ସହିତ ମୋଟ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିଲ୍ଡିଂରେ ଅନେକ ଲୋକ ଫସିରହିଥିବାର ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ ବାହିନୀ ଅଗ୍ନି ନିବାରଣ ଓ ଫସିରହିଥିବା ଲୋକଙ୍କୁ ବାହାର କରିବାରେ ବ୍ୟସ୍ତ ଲାଗିପଡିଛନ୍ତି । ମୃତକଙ୍କ ମଧ୍ୟରୁ 4ଜଣ ଗୋଟିଏ ପରିବାରର ଥିଲେ। ସେହିପରି ଦ୍ୱିତୀୟ ମହଲାରେ କାମ କରୁଥିବା ସୁରେଶ ନାମକ ଜଣେ ଶ୍ରମିକ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।
ପୋଲିସ ଅନୁସାରେ ବିଲ୍ଡିଂର ଭୂତଳରେ ଥିବା ପ୍ଲାଷ୍ଟିକ ମ୍ୟାଟ୍ ଗୋଦାମରୁ ନିଆଁ ଲାଗିଥିଲା, ଯାହା ଦ୍ରୁତ ଗତିରେ ସମସ୍ତ ମହଲାକୁ ପ୍ରସାରିତ ହୋଇଯାଇଥିଲା। ଅଗ୍ନି ତୃତୀୟ ମହଲାକୁ ମାଡିବା ବେଳେ, ସେଠାରେ ରହୁଥିବା ରାଜସ୍ଥାନର ମଦନ କୁମାର, ତାଙ୍କ ଘରବାଳୀ ସଙ୍ଗୀତା ଓ ସନ୍ତାନ ବିହାନ ଓ ନିତେଶ ନିଆଁରେ ଫସିଯାଇଥିଲେ। ଅତ୍ୟଧିକ ଜଳିଯିବାରୁ ସେମାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେହିପରି ପ୍ରଥମ ମହଲାରେ କାମ କରୁଥିବା ଶ୍ରମିକ ସୁରେଶ ମଧ୍ୟ ଜୀବନ ହାରାଇଛନ୍ତି।