
ଭୁବନେଶ୍ୱର, ରାଷ୍ଟ୍ରୀୟ ବିଚାରରେ ଓତୋପ୍ରତ ଏକ ମାତ୍ର ଓଡିଆ ସାପ୍ତାହିକ ପତ୍ରିକା ରାଷ୍ଟ୍ରଦୀପର ଷଷ୍ଠୀପୂର୍ତି ସମାରୋପ କାର୍ଯକ୍ରମ ରବିବାର ଦିନ ଭୁବନେଶ୍ୱରର ଜୟଦେବ ଭବନ ଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ବରିଷ୍ଠ ଲେଖକ ଓ ଚିନ୍ତକ ରାମ ମାଧବ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେବେ । ବରିଷ୍ଠ ଅଧିବକ୍ତା ଓ ରାଷ୍ଟ୍ରଦୀପର ସଭାପତି ଅନୂପ କୁମାର ବୋଷ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ ।