
-
ଟାର୍ଗେଟ ୩ ଲକ୍ଷ ଦିଆଯାଇଥିବା ବେଳେ ହୋଇଛି ମାତ୍ର ୨୦ ହଜାର
ଭୁବନେଶ୍ୱର, ଯୋଜନାକୁ ନେଇ ସମୀକ୍ଷା ପରେ ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ। କେ ଭି ସିଂ ଦେଓ କହିଛନ୍ତି ଯୋଜନାକୁ ନେଇ ଆହୁରି ଅଧିକ ସଚେତନ କରାଯିବ । ବିଲ କଲେକ୍ସନ କରୁଥିବା କର୍ମଚାରୀଙ୍କ ଦ୍ୱାରା ଲୋକଙ୍କୁ ସଚେତନ କରାଯିବା ସହ ଲିଫଲେଟ ଓ ପାମ୍ପଲେଟ ବଂଟାଯିବ ପାଇଁ କୁହାଯାଇଛି। ଅନଲାଇନ୍ ଜରିଆରେ ଯେଉଁମାନେ ପିଏମ ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ବିତରଣ କମ୍ପାନୀମାନେ ଯୋଗାଯୋଗ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେ କହିଛନ୍ତି ପିଏମ ସୂର୍ଯ୍ୟ ଘର ଯୋଜନାରେ ଓଡ଼ିଶାର ପ୍ରୋଗେସ ସ୍ଲୋ ଅଛି । ସେଥିପାଇଁ ନିଷ୍ପତି ନିଆଯାଇଛି ଏଣିକି ପ୍ରତି ମାସରେ ରିଭ୍ୟୁ କରାଯିବ। ଯୋଜନାର ଅଗ୍ରଗତିକୁ ନେଇ ବିତରଣ କମ୍ପାନୀ ଙ୍କ ସହ ବୈଠକ ହେବ। କାରଣ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ ସୂର୍ଯ୍ୟ ଘର ଯୋଜନାରେ ୩ ଲକ୍ଷ ଟାର୍ଗେଟ ଦିଆ ଯାଇଥିଲା। କିନ୍ତୁ ଓଡ଼ିଶାରେ ଏହା ଧିମେଇ ଯାଇଛି। ବର୍ତମାନ ସୁଦ୍ଧା ମାତ୍ର ୨୦ ହଜାର ସଂଯୋଗ ଦିଆ ଯାଇପାରିଛି। ତେଣୁ ନିଷ୍ପତି ହୋଇଛି ଆସିଥିବା ୧ ଲକ୍ଷ ୮୦ ହଜାର ଆବେଦନ କୁ ରେଗୁଲାର ମିନିଟରିଂ କରାଯିବ।