
ଭୁବନେଶ୍ୱର– ‘ବିଶ୍ୱ ଅଙ୍ଗଦାନ ଦିବସ’ରେ ସଙ୍କଳ୍ପ ନେବା, ବହୁମୂଲ୍ୟ ଜୀବନ ବଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଅଙ୍ଗଦାନ ଦ୍ୱାରା ଅନେକ ନୂଆ ଜୀବନ ପାଉଛନ୍ତି। ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ‘ସୂରଜ ସମ୍ମାନ’ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ଆସନ୍ତୁ ଏହି ମହତ କାର୍ଯ୍ୟରେ ସାମିଲ ହେବା ପାଇଁ ‘ବିଶ୍ୱ ଅଙ୍ଗଦାନ ଦିବସ’ରେ ସଙ୍କଳ୍ପ ନେବା, ବହୁମୂଲ୍ୟ ଜୀବନ ବଞ୍ଚାଇବା।