
ଭୁବନେଶ୍ୱର, ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ତେଲେଙ୍ଗାନାରେ ସଡକ ଦୁର୍ଘଟଣାରେ ଓଡିଶାର 3 ଜଣ ପ୍ରାଣ ହରାଇବା ନେଇ ଦୁଃଖ ପ୍ରକାଶ କରିଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି. ତେଲେଙ୍ଗାନାରେ ଏକ ରାସ୍ତା ଦୁର୍ଘଟଣାରେ ଓଡ଼ିଶାର ୩ଜଣ ଶ୍ରମିକ ପ୍ରାଣ ହରାଇବା ବିଷୟରେ ଜାଣି ମୁଁ ଦୁଃଖିତ। ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।