-
14 ଗୋଟି ବେଆଇନ ଏଲ. ପି. ଜି ସିଲିଣ୍ଡର ଜବତ
ଭଞ୍ଜନଗର-ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ନିର୍ଦ୍ଧେଶ କ୍ରମେ ଆଜି ଭଞ୍ଜନଗର ସହର ରେ ଥିବା ବିଭିନ୍ନ ହୋଟେଲ ଉପରେ ଯୋଗାଣ ବିଭାଗ ଦ୍ୱାରା ଚଢଉ କରାଯାଥିଲା | ବେଆଇନ ଭାବରେ ହୋଟେଲ ମାନଙ୍କରେ ଘରୋଇ ସିଲିଣ୍ଡର ବ୍ୟାବହାର କରୁଥିବାର ଅଭିଯୋଗ ରହିଥିଲା | ପ୍ରତିକାର ସ୍ଵରୂପ ଆଜି ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ଲିଙ୍ଗରାଜ ବେହେରା ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରାଯାଇଥିଲା | ଟିମ ରେ ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଏମ. ଆଇ ଭଞ୍ଜନଗର ସନ୍ତୋଷ କୁମାର ଦାସ, ଏମ.ଆଇ ଆସ୍କା ଜୟରାମ ଲେଙ୍କା,ଏମ. ଆଇ ସୋରଡ଼ା ରସାନନ୍ଦ ସାହୁ, ସୁରେନ୍ଦ୍ର ସେଠୀ ସମେତ ଭଞ୍ଜନଗର ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ | ସୂଚନା ମୁତାବକ ସ୍ଥାନୀୟ ନାହାତୁଠ ସାହିରେ ଥିବା ସୁନୀଲ କୁମାର ପାତ୍ର ଙ୍କ ମିଠା ତିଆରି ସେଣ୍ଟର ରୁ 2 ଟି ସିଲିଣ୍ଡର, ସେହିପରି ଭଞ୍ଜନଗର ସରକାରୀ ବସ ଷ୍ଟାଣ୍ଡ ରେ ଥିବା ନିଲୁ ବେହେରା ମିଠା ଷ୍ଟଲ ରୁ 7 ଟି, ଅଶୋକ ମହାନ୍ତି ହୋଟେଲ ରୁ 3 ଗୋଟି ଏବଂ ଶ୍ରୀକାନ୍ତ ଶତପଥି ମିଠା ଷ୍ଟଲ ରୁ 2 ଗୋଟି ସିଲିଣ୍ଡର ଜବତ କରାଯାଇଛି | ପ୍ରଶାସନ ର କଟକଣା ସତ୍ୱେ ବିଭିନ୍ନ ହୋଟେଲ ମାନଙ୍କ ରେ ବାରମ୍ବାର ବେଆଇନ ଭାବରେ ଘରୋଇ ସିଲିଣ୍ଡର ବ୍ୟାବହାର କରାଯାଉଛି | ଏହା ଉପରେ ଯୋଗାଣ ବିଭାଗ ତିକ୍ଷଣ ନଜର ରଖିଛି | ଯୋଗାଣ ଅଧିକାରୀ ଶ୍ରୀ ଲିଙ୍ଗରାଜ ବେହେରା ଙ୍କ ସୂଚନା ମୁତାବକ ଆଗକୁ ଚଢ଼ଉ ଜରଦାର କରାଯିବା ସହ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |
Related Stories
November 23, 2024