
ଭୁବନେଶ୍ୱର– ଜୁଲାଇ ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ପାଗ ଖରାପ ରହିବା ସହିତ ସମୁଦ୍ର ଅଶାନ୍ତ ରହିବ । ଆଗାମୀ ୨୪ ଘଂଟା ମଧ୍ୟରେ ଉତର ବଙ୍ଗୋପ ସାଗର, ଓଡ଼ିଶା ଉପକୂଳ ଓ ବାହାରେ, ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ତଟବର୍ତୀ ଅଂଚଳରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ଏବଂ ସ୍ଥଳ ବିଶେଷରେ ୬୦ କି.ମି.କୁ ଛୁଇଁପାରେ । ସେହିପରି ୨୬ ରୁ ୨୯ ତାରିଖ ମଧ୍ୟରେ ଉତର ଓଡ଼ିଶାରେ ପବନର ବେଗ ଘଂଟା ପ୍ରତି ୩୦ରୁ ୪୦ କି.ମି. ଏବଂ ସ୍ଥଳ ବିଶେଷରେ ୫୦ କି.ମି.କୁ ଛୁଇଁପାରେ । ଏଣୁ ଏହି ସମୟରେ ମତ୍ସ୍ୟଜିବୀମାନଙ୍କୁ ଓଡ଼ିଶା ଉପକୂଳ ଓ ବାହାରେ, ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ତଟବର୍ତୀ ଅଂଚଳରେ ସମୁଦ୍ରକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।