
ବଲାଙ୍ଗିର– ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁନ୍ତଳା ବ୍ଲକ୍ ର ଜବାହରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ଠାରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସ୍ଵାଧୀନ ସାହୁ ଙ୍କ ସଭାପତିତ୍ବରେ ସଭା ଆରମ୍ଭ କରି ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ ଖୁଅସ୍ ଶିଶୁ ସୁରକ୍ଷା ସମ୍ପର୍କିତ କିଶୋର ନ୍ୟାୟ ଆଇନ୍ ୨୦୧୫ ରେ ଥିବା ବାଲ୍ୟ ବିବାହ ନିରୋଧ ଆଇନ୍ ୨୦୦୬, ମିଶନ ବାତ୍ସଲ୍ୟ ଯୋଜନା ୨୦୨୨, ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ ୨୦୨୨, ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନର ୧୦୯୮ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଜଣାଇଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି ଆଶୀର୍ବାଦ ଯୋଜନା, ଗ୍ରୀନ ପାସେଜ୍ ସାର୍ଟିଫିକେଟ ର ଯୋଗ୍ୟତା, ସାର୍ଟିଫିକେଟ ର ଉପକାରିତା, ପୃଷ୍ଠପୋଷକତା ସହାୟତା ରାଶିର ଯୋଗ୍ୟତା ଓ ଲାଭ, ଯଶୋଦା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଓ ଆବେଦନର ପ୍ରଣାଳୀ, ଶିଶୁଙ୍କ ଲାଳନ ପାଳନ ପାଇଁ ଫୋଷ୍ଟର କେୟାର ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ସଚେତନତା କରିଥିଲେ।
ଏହି ଅବସରରେ ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ହରିବନ୍ଧୁ ରାଉତ୍, ଆଉଟ୍ ରିଚ୍ କର୍ମୀ ଡଲି ବେହେରା, ଚାଇଲ୍ଡ ହେଲ୍ପ ଲାଇନ ର ସୁଦାନ ଖମାରୀ, ଶ୍ରଦ୍ଧାଞ୍ଜଳି ସିଂହ ଉପସ୍ଥିତ ଥିଲେ। ପରିଶେଷରେ ଜବାହରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ସୁଧାଂଶୁ ଶେଖର ପଧାନ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।