
ଭୁବନେଶ୍ୱର– ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ ଶୁକ୍ରବାର ଦିନ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ତଲିଉଡ଼ାର ଗ୍ରାମ ଠାରେ ରାମଲୀଳା ମଣ୍ଡପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି। ଉକ୍ତ ଅଂଚଳରେ ଗ୍ରାମ୍ୟ ଏକତା ଓ ସଂସ୍କୃତିକୁ ଆଧ୍ୟାତ୍ମିକତା ଆଧାରରେ ଯୋଡି ରଖିବା ପାଇଁ ଏହି ରାମଲୀଳା ମଣ୍ଡପ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ଅବସରରେ ଲୋଇସିଂହା ବ୍ଲକର ଅନେକ ଭୂମିହୀନ ପରିବାରଙ୍କୁ ଜମି ପଟ୍ଟା ପ୍ରଦାନ କରିଛନ୍ତି ମନ୍ତ୍ରୀ। ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।