
ନୂଆଦିଲ୍ଲୀ– କେନ୍ଦ୍ର ସରକାର ଅଶ୍ଳୀଳ ସାମଗ୍ରୀ ପ୍ରସାରଣ କରୁଥିବା 25ଟି ଓଟିଟି ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ 23 ଜୁଲାଇରେ ଅଶ୍ଳୀଳ ଓ ପୋର୍ନୋଗ୍ରାଫିକ୍ ସାମଗ୍ରୀ ଥିବା 25ଟି ଓଟିଟି ପ୍ଲାଟଫର୍ମର ୱେବସାଇଟ୍ ଓ ଆପ୍ସକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଜାରି କରିଛି।
ନିର୍ଦ୍ଦେଶ ପତ୍ର ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ଗୃହ ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ, ବିଧି ମାମଲାର ବିଭାଗ, ଔଦ୍ୟୋଗିକ ସଂଗଠନ ଫିକି ଓ ସିଆଇଆଇ, ତଥା ମହିଳା ଓ ଶିଶୁ ଅଧିକାର କ୍ଷେତ୍ରର ବିଶେଷଜ୍ଞମାନଙ୍କର ପରାମର୍ଶ ଅନୁସାରେ ଗ୍ରହଣ କରାଯାଇଛି।
ବିଗ୍ ଶଟ୍ ଆପ୍, ଦେସିଫିଲିକ୍ସ, ବୁମେକ୍ସ, ନିଓନଏକ୍ସ, ନବରସ ଲାଇଟ୍, ଗୁଲାବ ଆପ୍, କଙ୍ଗନ ଆପ୍, ବୁଲ୍ ଆପ୍, ଶୋ ହିଟ୍, ଜଲ୍ୱା ଆପ୍, ୱାଓ ଇଣ୍ଟରଟେନମେଣ୍ଟ୍, ଲୁକ୍ ଇଣ୍ଟରଟେନମେଣ୍ଟ୍, ହିଟ୍ ପ୍ରାଇମ୍, ଫୁଗି, ଫେନୋ, ଶୋ ଏକ୍ସ୍, ସୋଲ୍ ଟକିଜ୍, ଅଡ୍ଡା ଟିଭି, ଅଲ୍ଟ୍, ହଟ୍ ଭିଆଇପି, ହଲଚଲ ଆପ୍, ମୁଡ଼୍ ଏକ୍ସ୍, ଟ୍ରିଫିଲିକ୍ସ, ଉଲ୍ଲୁ, ମୋଜଫିଲିକ୍ସ ଆଦି ପ୍ଲାଟଫର୍ମଗୁଡିକୁ ବ୍ଲକ କରାଯାଇଛି।