
କଟକ ତା ,ମାଉଣ୍ଟ ଆବୁ ରୁ ଆସିଥିବା ବ୍ରହ୍ମା କୁମାରୀ ପ୍ରଭା ଙ୍କୁ ଗତ କାଲି ସନ୍ଧ୍ୟାରେ ବକ୍ସିବଜାର ବି କେ କେନ୍ଦ୍ର ଠାରେ ବି କେ ଝୁନୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଧନା କରିଥିଲେ l ଗୁରୁବାର ଭୋଗ ଲାଗିବା ଓ ଧ୍ୟାନ ପରେ ବି କେ ପ୍ରଭା ମୁରଲୀ ପଢ଼ାଇ ଥିଲେ l ଉପସ୍ଥିତ ବହୁ ଭାଇ ଭଉଣୀ ମାନେ ମୁରଲୀ ଶୁଣିଥିଲେ l ବି କେ ପ୍ରଭା ଯିଏ କି ରାମାୟଣ ସିରିଏଲ ରେ ମନ୍ଦୋଦରୀ ଭୂମିକାରେ ଅଭିନୟ କରିଥିଲେ ସେ ସମ୍ବର୍ଧନା ର ଉତ୍ତର ଦେଇ କହିଲେ ପ୍ରତିଦିନ ସକାଳେ ମୁରଲୀ ଶୁଣିବା ସହ ସନ୍ଧ୍ୟାରେ ନିୟମିତ ଧ୍ୟାନ କରିବାକୁ ପରାମର୍ଶ ଦେଇଥିଲେ l ବି କେ ବରଦା, ହେମନ୍ତ,ରମେଶ,ପ୍ରତିମା ଆଦି ସମସ୍ତ ଙ୍କୁ ପାଦୁକା ପ୍ରଦାନ କରିଥିଲେ l ବି କେ ଝୁନୁ କାର୍ଯ୍ୟକ୍ରମ ପରିଚାଳନା କରି ଧନ୍ୟବାଦ୍ ଅର୍ପଣ କରିଥିଲେ l ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଜୀବନ ଉପରେ ପ୍ରଭା ଦେବୀ ଏକ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ।