
ବଲାଙ୍ଗିର,ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ମଙ୍ଗଳବାର ରାତିରେ ଏକ ଭୟକର ସଡ଼କ ଦୁର୍ଘଟଣା ଘଟିଛି। କଣ୍ଟାବାଞ୍ଜି ସିଙ୍ଗଳପଡା ନିକଟରେ ବାଇକ ଚାଳକ ଜଣକ ଏକ ଗାଈକୁ ଜୋରରେ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଗାଈଟିର ମୃତ୍ୟୁ ହୋଇଥିବା କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳ ଯୁବକଙ୍କୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସିଆ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନ ଆଣିଥିବା ବେଳେ ଚିକିତ୍ସିଆଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକ ଜଣକ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁକୁଡ଼ାହାଡ ଗାଁ ର ହେମସାଙ୍ଗର କୈଅର ବୋଲି ଜଣାପଡ଼ିଛି। କଣ୍ଟାବାଞ୍ଜି ଡାକ୍ତରଖାନ ରେ ଚିକିତ୍ସିଆ ଧିନ ଅବସ୍ଥା ରେ ଯୁବକ ହେମସାଙ୍ଗର କୈଅର ଙ୍କ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି।