ଜୟପୁର- ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଭିନ୍ନକ୍ଷମଙ୍କୁ କୃତ୍ରିମ ଉପକରଣ ବଣ୍ଟନ ଶିବିର ଉଦଘାଟନ ହୋଇଯାଇଛି l ବୈପାରୀଗୁଡା ସ୍ପ୍ରେଡ଼ ଓ କାକିନାଡ଼ାର ୟୁଇଟିଏସ ପକ୍ଷରୁ ଆୟାଜିତ ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ଉଦଘାଟନ କରିଥିବା ବେଳେ ବିଡ଼ିଓ, ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ l
ଏହି ଶିବିରର ପ୍ରଥମ ପର୍ଯ୍ୟାୟରେ ବୈପାରୀଗୁଡା ବ୍ଲକର 12ଟି ପଞ୍ଚାୟତର 33 ଜଣଙ୍କୁ କୃତ୍ରିମ ଗୋଡ଼, ଟ୍ରାଇ ସାଇକେଲ, ଆଶାବାଡ଼ି ଆଦି ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଥିବା ବେଳେ 7 ଜଣ ଶାରୀରିକ ବିକଳାଙ୍ଗଙ୍କୁ କୋରାପୁଟର ଏକତା ପକ୍ଷରୁ ଥେରାପି ଚିକିତ୍ସା କରାଯିବ ବୋଲି ସ୍ପ୍ରେଡ଼ର ପ୍ରକଳ୍ପ ସଂଯୋଜକ ଜ୍ୟୋତି ରଞ୍ଜନ ବେହେରା ପ୍ରକାଶ କରିଛନ୍ତି l ଆସନ୍ତା କାଲି ରାମଗିରିରେ ଏହି ଶିବିର ଆୟୋଜନ ହେବ ବୋଲି ଜଣାପଡିଛି l
ଏହି ଶିବିରରେ ମେଡିକାଲ ଟିମ୍ ପକ୍ଷରୁ ଡାକ୍ତର ଅଙ୍କିତା ଦାସ, ଥେରାପି ସ୍ପେପେଲିଷ୍ଟ ବିଭୁ ଦତ୍ତ ବଳିଆର ସିଂ ଏବଂ ସ୍ପ୍ରେଡ଼ ପକ୍ଷରୁ ନବୀନ ଚନ୍ଦ୍ର ବିଶାେଇ, ତ୍ରିନାଥ ଖରା, ସୁରେନ୍ଦ୍ର ସନ୍ତା, ସୋନୁ ତେନ୍ତୁଳିପଡିଆ ସହଯୋଗ କରିଥିଲେ l