
ଧର୍ମଶାଳା – ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଅରାବଳ ପଂଚୟତ ମହନପୁର ନିକଟସ୍ଥ କେଲୁଅ ନଦୀରୁ ଆଜି ସକାଳେ ଏକ ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ସକାଳେ ନଦୀ ପଠାରେ ଏହି ମୃତ ଦେହଟି ଭାସି ଆସି ମହାନପୁର ନିକଟରେ ଲାଖି ଯାଇଥିଲା । ଏହାକୁ ସ୍ଥାନୀୟ ଲୋକେ ଦେଖି କୋତପୁର ଫାଣ୍ଡି ପୋଲିସକୁ ଖବର ଦେଇଥିଲେ । ଫାଣ୍ଡି ଅଧିକାରୀ ପେମାନନ୍ଦ ପୃଷ୍ଟି ଘଟଣାସ୍ଥଳରେ ପଂହଚି ଗଳିତ ଶବକୁ ଉଦ୍ଧାର କରି ତଦନ୍ତ ଚଳାଇଥିବା ଜଣାପଡିଛି । ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିବା ଜଣାପଡିଛି । ଏହି ମୃତ ଦେହଟି ୧୫ ଦିନରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ମୃତ ଦେହରେ ଏକ ଧଳା ଧୋତି ଲାଗି ଥିବା ବେଳେ ଏହା ଏକ ପୁରୁଷ ମୃତ ଦେହ ବୋଲି ଅନୁମାନ କରାଯାଉଛି । ଖବର ପଚାରିତ ହେବା ପରେ ନଦୀପଠାରେ ଶହଶହ ଲୋକ ରୁଣ୍ଡ ହୋଇଯାଇ ଥିଲେ । ଶବ ବ୍ୟବଚ୍ଛେଦ ହୋଇ ଆସିବା ପରେ ଶତ୍କାର କରାଯିବ ବୋଲି ଫାଣ୍ଡି ଅଧିକାରୀ ପ୍ରେମାନନ୍ଦ ପୃଷ୍ଟି ସୂଚନା ଦେଇଛନ୍ତି ।