
ଭୁବନେଶ୍ୱର– ଗିରଫ ହେଲେ ବିଏମସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଏହା ସହ ଜଗନ୍ନାଥ ପଟଟନାୟକଙ୍କ ନାଁରେ ୱାଇଲଡ ଲାଇଫ ପ୍ରୋଟେକ୍ସନ ଆକ୍ଟରେ ମାମଲା ରୁଜୁ ହୋଇଛି ।
ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ରେଡ କରିଥିଲା ଭିଜିଲାନ୍ସ। ବାସଭବନ ସମେତ ୪ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ। ରେଡରେ ୬ ଜଣ ଡ଼ିଏସପି, ୧୦ ଇନ୍ସପେକ୍ଟର ସାମିଲ ଥିଲେ । ଭୁବନେଶ୍ୱର ବଡଗଡ଼ରେ ଥିବା ଘର, ବାଲିଅନ୍ତାରେ ଫାର୍ମ ହାଉସ, ରାୟଗଡାରେ ଥିବା ପୈତୃକ ଘର ଓ ଭୁବନେଶ୍ୱର ଅଫିସରେ ରେଡ୍ କରାଯାଇଥିଲା । 4ଟି ସ୍ଥାନରେ ଚଢ଼ାଉ କରି କୋଟି କୋଟି ଟଙ୍କାର ସଂପତ୍ତି ପାଇଛି ଭିଜିଲାନ୍ସ । ଭୁବନେଶ୍ବରରେ ଗୋଟିଏ, ଗୁଣପୁରରେ ୨ଟି ବହୁତଳ କୋଠା ଠାବ । ଭୁବନେଶ୍ବରରେ ୩ ଦାମୀ ପ୍ଲଟ୍ ସହ ଦେଢ଼ ଏକର ଜମିର ଫାର୍ମ ହାଉସ୍ ଠାବ ହୋଇଛି ।