
ଭୁବନେଶ୍ୱର– ସରକାର ଏବେ ଚାପରେ । ସେଥିପାଇଁ ମୌସୁମୀ ଅଧିବେଶନ ଵି ଡାକୁ ନାହାନ୍ତି ବେଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ । ସେ କହିଛନ୍ତି ଯେ, ଅନାସ୍ଥା ପ୍ରସ୍ତାବ ଆଣିଲେ ସରକାରଙ୍କ ଉପରେ ଅଧିକ ଚାପ ପଡିବ । ଅନାସ୍ଥା ପ୍ରସ୍ତାବରେ ବିଜେଡିର ଆଭିମୁଖ୍ୟ କଣ ରହିବ ତାହା ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଷ୍ପତି ନେବେ । ସମ ଦୂରତା ବିଜେଡିର ପଲିସି ରହିଛି । ବିଜେଡି ଆଗକୁ ବିଧାନସଭାରେ ଵି ବିରୋଧ କରିବ ବୋଲି ସେ କହିଛନ୍ତି ।