
ଭୁବନେଶ୍ୱର– ପ୍ରୋଟୋକାଲ ପରିଧି ବାହାରକୁ ଆସି ସାଧାରଣ ଲୋକଙ୍କ ସହ କଥା ହେଉଛନ୍ତି ରାଜ୍ୟପାଳ । ପୂର୍ବରୁ କଲାମଙ୍କ ଉଦାହରଣ ରହିଛି । ପୂର୍ବ ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ଲୋକଙ୍କ ସହ ମିଶୁଥିଲେ । ଏବେର ରାଜ୍ୟପାଳ ଲୋକଙ୍କ ସହଯୋଡି ହେବା ଏବଂ ସମସ୍ୟା ସାମାଧାନ ଉଦାହରଣ ସୃଷ୍ଟି କରିଛନ୍ତି । ସିଧାସଳଖ ମନ୍ତ୍ରୀ ଅଧିକାରୀଙ୍କ ସହ ସାକ୍ଷତ କରି ସମୀକ୍ଷା ଆଲୋଚନା କରୁଛନ୍ତି । କେବଳ ସରକାରୀ ଦଳ ନୁହେଁ ଆଗକୁ ବିରୋଧୀ ଦଳ ନେତା ଏବଂ ବିଧାୟକଙ୍କ ସହ ଆଲୋଚନା କରିବେ । ବିଧାୟକଙ୍କୁ ଡାକି ମଧ୍ୟ ନିର୍ବାଚନୀ ମଣ୍ଡଳୀ କଥା ଆଲୋଚନା କରୁଛନ୍ତି ।କେବଳ କାଗଜ ପତ୍ର ନୁହେଁ ଗ୍ରାଉଣ୍ଡରେ କେମିତି ଲୋକଙ୍କ କାମ ହେବ ସେ ଦିଗରେ ରାଜ୍ୟପାଳ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।