
ଭୁବନେଶ୍ୱର, ଡବଲ ଇଞ୍ଜିନ୍ , ଡବଲ ଧର୍ଷଣ- ପ୍ରଦୀପ ମାଝୀ ବିଜେପି ସରକାର ଓଡ଼ିଶାକୁ ଆସିବା ପରେ ବୋଧେ କାହାର ନଜର ଲଗାଯାଇଛି। ନାରୀ ସୁରକ୍ଷାରେ ଭାରତ ବର୍ଷରେ ଉଦାହରଣ ସୃଷ୍ଟି କରିଥିଲା ଓଡିଶା। କିନ୍ତୁ ବର୍ତ୍ତମାନ ସ୍ଥିତି ଓଲଟା। ଦୁଷ୍କର୍ମ, ଆତ୍ମହତ୍ୟା, ଆତ୍ମାହୁତି ଘଟଣା ରାଜ୍ୟରେ ବଢି ବଢି ଚାଲିଛି। ଦେଶରେ ନିନ୍ଦିତ ହେଲାଣି ଓଡିଶା। ପ୍ରବାସୀ ଓଡିଆ ମୁଣ୍ଡ ଟେକି ଚାଲି ପାରୁନି ବୋଲି କହି ବିଜେପି ସରକାରକୁ ନିଶାନା କରିଛନ୍ତି ବିଜେଡି ସାଧାରଣ ସଂପାଦକ ପ୍ରଦୀପ ମାଝୀ ।
ସେ କହିଛନ୍ତି, ଯେଉଁଠି ନାରୀ ଅସୁରକ୍ଷିତ ସେଠି ଓଡିଶାକୁ କିପରି ବିଜେପି ସରକାର ପୂର୍ବ ଭାରତର ମୁଖଶାଳା କରିବେ। ମାଲାକନଗିରି ଘଟଣା ହୃଦୟ ବିଦାରକ। 15 ବର୍ଷ ର ନାବାଳିକା ଦୁଇ ଦୁଇ ଥର ଧର୍ଷଣ ହେବ। ରେସକ୍ୟୁହେବା ପରେ ବି ଧର୍ଷଣ ର ଶିକାର ହେଲା। ଡବଲ ଇଞ୍ଜିନ୍ , ଡବଲ ଧର୍ଷଣ। ପୋଲିସ ଅଭିଯୋଗ ପରେ ବି କିଛି କାର୍ଯ୍ୟାନୁଷ୍ଠାନ ନାହିଁ ଅଭିଯୁକ୍ତ ବିରୋଧରେ। ନ୍ୟାୟ ନମିଳିବାରୁ ଲଜ୍ଜା ସହିନପାରି ବିଷ ପିଇ ଆତ୍ମହତ୍ୟା ପାଇଁ ଚେଷ୍ଟା କଲେ। ଏବେ ସେ ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛି। ବନ୍ଧୁ ଗାଁ କୋରାପୁଟରେ ଜୁଲାଇରେ ଦୁଷ୍କର୍ମ କରାଯାଉଛି। କିଛି ନ୍ୟାୟ ନାହିଁ। ଅନୁସୂଚିତ ଜନଜାତି ବିଭାଗର ମନ୍ତ୍ରୀ ଚୁପ୍। ଦକ୍ଷିଣ ଓଡିଶାରେ ନାରୀ ସୁରକ୍ଷାକୁ ନେଇ ଆନ୍ଦୋଳନ କରିବ ବିଜେଡି । ଆସନ୍ତାକାଲି ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ମାଲାକନଗିରି ଯାଇ ପୀଡିତାଙ୍କ ପରିବାର ଓ ଡାକ୍ତରଖାନାକୁ ଯାଇ ତଥ୍ୟ ସଂଗ୍ରହ କରିବୁ। 26 ତାରିଖରେ ଡିଆଇଜି ଅଫିସଘେରାଉ କରାଯିବା ସହ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି ।