
-
ନବରଙ୍ଗପୁର ଜିଲ୍ଲାର ଝରିଗାଁରେ ସର୍ବାଧିକ ୧୩୧.୪ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ୧୪ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି । ଏହା ବ୍ୟତୀତ ଅନ୍ୟ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ନବରଙ୍ଗପୁର ଜିଲ୍ଲାର ଝରିଗାଁରେ ସର୍ବାଧିକ ୧୩୧.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ୧୧୦.୯ ମି.ମି., ଦେବଗଡ଼ ଜିଲ୍ଲାର ରିଆମାଳରେ ୧୦୬.୦ ମି.ମି., କଟକ ଜିଲ୍ଲାର ବାଙ୍କୀରେ ୧୦୨.୦ ମି.ମି., କନ୍ଧମାଳ ଜିଲ୍ଲାର ରାଇକିଆରେ ୯୬.୨ ମି.ମି., ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାରେ ୯୫.୦ ମି.ମି., ସମ୍ବଲପୁର ଜିଲ୍ଲାର ଯୁଯୁମରାରେ ୯୪.୮ ମି.ମି., ଗଞ୍ଜାମ ଜିଲ୍ଲାର ଗଞ୍ଜାମରେ ୮୯.୪ ମି.ମି., ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ୮୭.୪ ମି.ମି., ଗଞ୍ଜାମ ଜିଲ୍ଲାର ମାଧବରିଡାରେ ୮୫.୬ ମି.ମି., ଢ଼େଙ୍କାନାଳ ଜିଲ୍ଲାର ଭୁବନରେ ୮୪.୦ ମି.ମି., ସମ୍ବଲପୁର ଜିଲ୍ଲାର ଜମନକିରାରେ ୭୮.୪ ଏବଂ ଅନୁଗୁଳ ଜିଲ୍ଲାର ପାଲଲହଡ଼ାରେ ୭୭.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।