
ନୂଆଦିଲ୍ଲୀ– ସହିଦ ଚନ୍ଦ୍ରଶେଖର ଆଜାଦଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସ୍ୱାଧୀନତା ସଂଗ୍ରାମର ମହାନ କ୍ରାନ୍ତିବୀର, ଅମର ଶହୀଦ ଚନ୍ଦ୍ରଶେଖର ଆଜାଦ ଜୀଙ୍କ ଜୟନ୍ତୀ ଅବସରରେ ମୁଁ ତାଙ୍କୁ ଶ୍ରଦ୍ଧାସହିତ ନମନ କରୁଛି । ଚନ୍ଦ୍ରଶେଖର ଆଜାଦ ଜୀ ତାଙ୍କର ଅଦ୍ୱିତୀୟ ଦେଶପ୍ରେମ ମାଧ୍ୟମରେ ବ୍ରିଟିଶ ଶାସନର ମୂଳଦୁଆକୁ ଦୋହଲାଇ ଦେଇଥିଲେ ଓ ସମଗ୍ର ଦେଶକୁ ସ୍ୱାଧୀନତା ପ୍ରତି ସଚେତନ କରିଥିଲେ। ସେ ତାଙ୍କର ଜୀବନର ସର୍ବଶ୍ରେଷ୍ଠ ମୁହୂର୍ତ୍ତଗୁଡିକୁ ଦେଶର ସ୍ୱାଧୀନତା ପାଇଁ ସମର୍ପଣ କରିଥିଲେ। ତାଙ୍କର ଜୀବନ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ଅମୂଲ୍ୟ ଐତିହ୍ୟ ଅଟେ। “ଶତ୍ରୁଙ୍କର ଗୁଳକୁ ଆମେ ସାମ୍ନା କରିବୁ, ଆମେ ସ୍ୱାଧୀନ ଥିଲୁ ଏବଂ ସ୍ୱାଧୀନ ରହିବୁ”—ତାଙ୍କର ଏହି ବାକ୍ୟ ଆଜି ମଧ୍ୟ ଆମ ପ୍ରତ୍ୟେକଙ୍କ ହୃଦୟରେ ଗୁଞ୍ଜରିତ ହୁଏ ଏବଂ ଦେଶସେବା ପାଇଁ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଦେଇଥାଏ।