
ଭୁବନେଶ୍ୱର– ଶ୍ରାବଣ ଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ଶ୍ରାବଣ ମାସର ପବିତ୍ର ଶିବରାତ୍ରୀର ହାର୍ଦ୍ଦିକ ଶୁଭକାମନା ।
ଶିବରାତ୍ରୀର ଦିବ୍ୟ ପର୍ବ ଭଗବାନ ଶିବଙ୍କ ଉପାସନା, ସାଧନା ଓ ଆତ୍ମିକ ଜାଗରଣର ବିଶେଷ ଅବସର ଅଟେ । ଏହା ଆମକୁ ଆସ୍ଥା, ସଂଯମ ଓ ଆତ୍ମବଳ ପଥରେ ଅଗ୍ରସର କରିଥାଏ । ଏହି ପବିତ୍ର ଅବସରରେ ଭଗବାନ ଭୋଳାନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ସେ ଆମ ସମସ୍ତଙ୍କ ଉପରେ ତାଙ୍କ କୃପା ଦୃଷ୍ଟି ରଖିଥାନ୍ତୁ ତଥା ସମସ୍ତଙ୍କୁ ଉତମ ସ୍ୱାସ୍ଥ୍ୟ ଓ ସମୃଦ୍ଧିର ଆଶୀର୍ବାଦ ଦିଅନ୍ତୁ ।