
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, କୋଣାର୍କ ର ଗଣମାଧ୍ୟମ ପ୍ରତିନିଧି ଅଜିତ ମଲ୍ଲିକ ଙ୍କ ବିୟୋଗରେ ଜିଲ୍ଲାପାଳ ଚଞ୍ଚଳ ରାଣା ଶୋକ ବ୍ୟକ୍ତ କରିଛନ୍ତି।ସ୍ବର୍ଗତ ମଲ୍ଲିକ କେବଳ ଜଣେ ସାମ୍ବାଦିକ ଭାବରେ ନୁହେଁ ବରଂ ସମାଜସେବା ଓ ଅନ୍ୟାନ୍ୟ ଜନ ହିତକର କାର୍ଯ୍ୟକ୍ରମ ରେ ଜଡ଼ିତ ରହି ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ।ଇଶ୍ଵର ତାଙ୍କ ଆତ୍ମା ର ସଦଗତି କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ଧର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।ସେହିପରି ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସ୍ବର୍ଗତ ମଲ୍ଲିକ ଙ୍କ ବିୟୋଗରେ ଗଭୀର ଦୁଖଃ ପ୍ରକାଶ କରିଥିଲେ।