ଭୁବନେଶ୍ୱର- ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ୨୦୨୦ ଭୁବନେଶ୍ୱରରେ ସମ୍ବଲପୁରୀ ଶାଢ଼ୀ ଦିବସ ରୂପେ ପାଳନ କରାଗଲା । ଆଜି ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ବୟନଶିଳ୍ପ ନିଦେ୍ର୍ଧଶକ (ଓଡ଼ିଶା) ତଥା ବୟନିକାର ପରିଚାଳନା ନିଦେ୍ର୍ଧଶକ, ଜ୍ୟୋତି ପ୍ରକାଶ ଦାସ, । ତା ପରେ ମହମ୍ମଦ ରଫିଙ୍କ ଅବତାରଣ କୁହାଯାଉଥିବା ବଲିଉଡ଼ରର ବିଖ୍ୟାତ ଓଡ଼ିଆ କଣ୍ଠଶିଳ୍ପୀ ସୁନୀଲ ପରିଡ଼ାଙ୍କ ଦ୍ୱାରା ସୁମଧୁର ସଂଗୀତ ପରିବେଷଣ କରାଯାଇଥିଲା । ଶୀତୁଆ ପାଗ ସତ୍ୱେ ଦର୍ଶକ ଏହି ବଲିଉଡ଼ ନାଇଟ୍କୁ ମନ ଭରି ଉପଭୋଗ କରିଥିଲେ ।
ଗ୍ରାହକ ଓ ଜନସାଧାରଣଙ୍କ ଅବଗତି ନିମନ୍ତେ ଆଜିର ସମ୍ବଲପୁରୀ ଶାଢ଼ୀ ଦିବସରେ ଏହି ଶାଢ଼ୀର ବିଶେଷତ୍ୱ, ବୁଣା ପ୍ରଣାଳୀ ଏବଂ ଏହି ଅଂଚଳରେ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ହସ୍ତତନ୍ତ ବସ୍ତ୍ର ଉପରେ ଆଲୋକପାତ କରାଯାଇଥିଲା । ସମ୍ବଲପୁରୀ ଶାଢ଼ୀ ମୁଖ୍ୟତଃ ଇକତ୍ ବା ବାନ୍ଧ ଡିଜାଇନରେ ପ୍ରସ୍ତୁତ ହୋଇଥାଏ । ଏହା ସିଙ୍ଗଲ ଇକତ୍ ଓ ଡବଲ୍ ଇକତ୍ ଭାବରେ ଉପଲବ୍ଧ । ସିଙ୍ଗଲ ଇକତ ରେ ଟାଣି ବା ଭରଣୀରେ ବାନ୍ଧ ସୂତା ବ୍ୟବହାର କରି ବୁଣାଯାଏ । କିନ୍ତୁ ଏହା ଟାଣି ଇକତ ବା ଭରଣି ଇକତ୍ କୁହାଯାଏ । ସେହିପରି ଟାଣି ଓ ଭରଣି ଦୁଇପଟେ ବାନ୍ଧ ସୂତା ବ୍ୟବହାର କରି ମୋଟିଫ ବା ଛବି ର ଏକ ସଲିଡ଼ ରୂପ ଦିଆଯାଏ । ଏହକୁ ଡବଲ୍ ଇକତ୍ କୁହାଯାଏ । କଟନ ସୂତା, ପାଟ ସୂତା, କଟନ ଓ ପାଟ ସୂତା ମିଶ୍ରର କରି ବିଭିନ୍ନ ଗାଢ଼ ରଙ୍ଗ ଦେଇ ସମ୍ବଲପୁରୀ ଶାଢ଼ୀ ପ୍ରସ୍ତୁତ ହୁଏ । ପାରମ୍ପରିକ ଇକତ୍ ମୋଟିଭ ମଧ୍ୟରେ ମାଛ, କଇଁଛ, ଶଙ୍ଖ, ବିଭିନ୍ନ ପଶୁ ଓ ପକ୍ଷୀ, ବିଭିନ୍ନ ଫୁଲ, ପୌରାଣିକ ଚିତ୍ର ଦେଇ ସମ୍ବଲପୁରୀ ଶାଢ଼ୀ ପ୍ରସ୍ତୁତ ହେଉଅଛି ।ଏତଦ୍ ବ୍ୟତୀତ ଗ୍ରାହକମାନଙ୍କୁ ବିଶେଷ ଭାବରେ ଆକୃଷ୍ଟ କରିବାପାଇଁ ଆଧୁନିକ ମୋଟିଫ୍ ତଥା ଆଦିବାସୀ ପ୍ରଚଳିତ ବିଭିନ୍ନ ମୋଟିଫ୍କୁ ନେଇ ସମ୍ବଲପୁରୀ ବସ୍ତ୍ର ପ୍ରସ୍ତୁତ ହେଉଅଛି ଯାହାର ସ୍ୱତନ୍ତ୍ର ଚାହିଦା ଗ୍ରାହକ ମାନଙ୍କ ମଧ୍ୟରେ ବିଶେଷ ଭାବରେ ପରିଲକ୍ଷିତ ହୁଏ ।
ଗତକାଲି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବୟନଶିଳ୍ପ ନିଦେ୍ର୍ଧଶାଳୟ, ଓଡ଼ିଶାର ଯୁଗ୍ମ ନିଦେ୍ର୍ଧାକ, ବୟନଶି୍ଳପ, ଦଶରଥ ନନ୍ଦ ମହୋଦୟ ଉଦ୍ଘାଟନ କରିଥିଲେ । ଶ୍ରୀ ନନ୍ଦ ବର୍ତମାନ ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିଦେ୍ର୍ଧଶକ ଭାବେ କାର୍ଯ୍ର କରୁଛନ୍ତି ।
ସେ ପଶାପାଲି ବୁଣାକାର୍ଯ୍ୟରେ ସଂଶ୍ଳିଷ୍ଟ ଦୁଇଜଣ ବୁଣାକାର ବସନ୍ତ କୁମାର ମେହେର ଓ ପ୍ରେମଚାନ୍ଦ ମେହେରଙ୍କୁ ବୟନିକାର ବୟନ ସମ୍ମାନରେ ସମ୍ମାନୀତ କରି କହିଥିଲେ ଯେ, ବୟନିକାଦ୍ୱାରା କରାଯାଇଥିବା ଏହି ପ୍ରୟାସ ଓଡ଼ିଶାର ହଜାର ହଜାର ବୁଣାକାରଙ୍କୁ ଉତ୍ସାହିତ କରିବ ।
ଆଗାମୀ କାଲି ଅର୍ଥାତ୍ରେ ଏହି ମଂଚରେ ଓଡ଼ିଶାର ବଛାବଛା ଡିଜାଇନର ଶାଢ଼ୀ ଓ ରେଡ଼ିମେଡ଼୍ ପୋଷାକକୁ ପ୍ରଦର୍ଶିତ କରାଇବା ପାଇଁ ବୟନିକା ଦ୍ୱାରା ଏକ ଫେସନ୍ ସୋ ର ଆୟୋଜନ କରାଯାଇଅଛି । ଏଥିରେ ମୁମ୍ବାଇ ଓ କଲିକତାର ବଛାବଛା ମଡେ଼ଲ୍ ଭାଗନେବେ ।