
-
ରାଜ୍ୟରେ ସୃଷ୍ଟି ହେବା ଅଧିକ ୬୩୫୮ ବୁଥ
-
ବୁଥ ସ୍ତରୀୟ ଏଜେଣ୍ଟ(BLA)ଙ୍କୁ ନିଯୁକ୍ତ କରିବାକୁ ସମସ୍ତ ରାଜନୈତିକ ଦଳଗୁଡିକୁ ଆହ୍ଵାନ
-
ଏଣିକି ବୁଥ ସ୍ତରୀୟ ଏଜେଣ୍ଟ (BLA) ନିଯୁକ୍ତି ବେଳେ ଫଟୋ ଏବଂ ମୋବାଇଲ ନମ୍ବର ଦେବା ଜରୁରୀ
ଭୁବନେଶ୍ଵର, ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର. ଏସ. ଗୋପାଳନ ବିଭିନ୍ନ ସିକୃତିପ୍ରାପ୍ତ ରାଜନୈତିକ ଦଳ ଗୁଡିକ ସହ ବୈଠକ କରିଛନ୍ତି । ଏହି ବୈଠକ ରେ ରାଜ୍ୟରେ ଅଧିକ ଛଅ ହଜାର ତିନିଶହ ଅଠାବନ ବୁଥ ସୃଷ୍ଟି ଏବଂ ବୁଥ ସ୍ତରୀୟ ଏଜେଣ୍ଟ (BLA)ଙ୍କୁ ନିଯୁକ୍ତ ବେଳେ ଆବେଦନ ଫର୍ମ(BLA-2)ରେ ଫଟୋ ଏବଂ ମୋବାଇଲ ନମ୍ବର ନିଶ୍ଚିତ ଦେବାକୁ ପଡିବ ବୋଲି ସେ ଉପସ୍ଥିତ ରାଜନୈତିକ ଦଳ ଗୁଡିକର ସଦସ୍ୟଙ୍କୁ କହିଥିଲେ ।
ଭୋଟରଙ୍କ ସୁବିଧା ତଥା ଭିଡ କମାଇବା ସକାଶେ ପୂର୍ବରୁ ୧୫୦୦ ଭୋଟରଙ୍କୁ ନେଇ ଗଠନ ହେଉଥିବା ବୁଥ ଏଣିକି ୧୨୦୦ ଭୋଟରରେ ସୀମିତ କରାଯିବ । ଏଥି ନିମନ୍ତେ ଅଧିକ ୬୩୫୮ ବୁଥ ସୃଷ୍ଟି ହେବ । ମତଦାନର ସୁଗମ ପରିଚାଳନା ସୁନିଶ୍ଚିତ କରିବା ପାଇଁ ୧୨୦୦ ରୁ ଅଧିକ ଭୋଟର ଥିବା ମତଦାନ କେନ୍ଦ୍ରଗୁଡ଼ିକୁ ଏହି ପ୍ରକ୍ରିୟାରେ ଯୋଡ଼ା ଯିବ । ନିର୍ବାଚନ ପୂର୍ବରୁ ଭୋଟରଙ୍କ ପ୍ରବେଶକୁ ସରଳ କରିବା ଏବଂ ମତଦାନ କେନ୍ଦ୍ରରେ ଭିଡ଼ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।
ସେହିପରି ବୁଥ ସ୍ତରୀୟ ଏଜେଣ୍ଟ (BLA)ଙ୍କୁ ନିଯୁକ୍ତ ବେଳେ ଆବେଦନ ଫର୍ମ(BLA-2)ରେ ଫଟୋ ଏବଂ ମୋବାଇଲ ନମ୍ବର ଏଣିକି ଦେବାକୁ ପଡିବ । ପୂର୍ବ ନିଯୁକ୍ତ ବୁଥ ସ୍ତରୀୟ ଏଜେଣ୍ଟ (BLA) ଯେଉଁ ମାନେ ଆବେଦନ ବେଳେ ଫଟୋ ଏବଂ ମୋବାଇଲ ନମ୍ବର ଦେଇନଥିବେ ସେମାନେ ମଧ୍ୟ ଆବେଦନ ଫର୍ମପୁନଃ ଜମା କରିବେ ବୋଲି ସୂଚନା ଦେଇଛନ୍ତି । ସମସ୍ତ ରାଜନୈତିକ ଦଳ ଗୁଡିକୁ ବୁଥ ସ୍ତରୀୟ ଏଜେଣ୍ଟ (BLA) ଙ୍କୁ ନିଯୁକ୍ତ କରିବାକୁ ସେ ଅନୁରୋଧ କରିଥିଲେ ।
ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର , ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼ ଲକ୍ଷ୍ମୀ ପ୍ରସାଦ ସାହୁ, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଅନାମିକା ସିଂ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତ ରାଜନୈତିକ ଦଳ ଗୁଡ଼ିକର ସଦସ୍ୟ ମାନେ ଏହି ପ୍ରକ୍ରିୟାରେ ସାମିଲ ହେବା ନେଇ ସଦିଛା ପ୍ରକାଶ କରିଥିଲେ ।