
ପୂର୍ବ ସିଂହଭୂମି– ମଙ୍ଗଳବାର ଝାଡ଼ଖଣ୍ଡର ସୋନାରି ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ଭୁବନେଶ୍ୱରରୁ ଆସୁଥିବା ଇଣ୍ଡିଆ ୱାନ୍ ଏୟାରର ୧୯ ଆସନ ବିଶିଷ୍ଟ ବିମାନଟି ଅବତରଣ ସମୟରେ ହଠାତ୍ ଖସିଗଲା । ବିମାନଟି ରନୱେର ଉତର ଦିଗକୁ ଘାସ ଉପରେ ଅଟକିଗଲା । ଏହି ବିମାନରେ ଦୁଇ ଜଣ ପାଇଲଟଙ୍କ ସମେତ ମୋଟ୍ ୯ ଜଣ ଯାତ୍ରୀ ଥିଲେ । ତଥାପି, ଏ ସମ୍ପର୍କରେ ବିମାନବନ୍ଦର ପ୍ରଶାସନ ପକ୍ଷରୁ କୌଣସି ସରକାରୀ ବିବୃତି ଦିଆଯାଇ ନାହିଁ ।
ଆଜି ସକାଳେ ସୋନାରୀ ବିମାନବନ୍ଦରରେ ଭୁବନେଶ୍ୱରରୁ ଆସୁଥିବା ଇଣ୍ଡିଆ ୱାନ୍ ଏୟାର ବିମାନର ଅବତରଣ ସମୟରେ ଯେଉଁ ଝଟ୍କା ଲାଗିଥିଲା, ତାହା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ଏବଂ ଅନେକ ଯାତ୍ରୀ ଭୟରେ ଚିତ୍କାର ଏବଂ କାନ୍ଦିବା ଆରମ୍ଭ କରିଥିଲେ । ତଥାପି, ପାଇଲଟଙ୍କ ବିଚକ୍ଷଣତା ଏବଂ ତତ୍ପରତା ଯୋଗୁଁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା । କେବଳ ଜଣେ ଯାତ୍ରୀଙ୍କୁ ସାମାନ୍ୟ ଆଘାତ ଲାଗିଛି, ଯାହାକୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି ।
ଘଟଣା ଜଣାପଡିବା ମାତ୍ରେ ବିମାନବନ୍ଦରରେ ଅଗ୍ନିଶମ ବାହିନୀ ଦଳ ସକ୍ରିୟ ହୋଇ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଯାତ୍ରୀମାନଙ୍କୁ ଧିରେ ଧିରେ ବିମାନରୁ ବାହାର କରାଯାଇଥିଲା । ଯଦିଓ ବିମାନଟି ଅଧିକ କ୍ଷତି ହୋଇନଥିଲା, ଏହି ଘଟଣା ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥା ଏବଂ ରନୱେର ଗୁଣବତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।