
ନୂଆଦିଲ୍ଲୀ, ଆଜି ଠାରୁ ସଂସଦର ମୌସୁମି ଅଧୂବେଶନ ଆରମ୍ଭ ହେବ। ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧୂବେଶନ ବିରୋଧୀ ଦଳ ଅନେକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାର ଯୋଜନା କରିଥିବାରୁ ଏହି ଅଧିବେଶନରେ ହଙ୍ଗାମା ହେବାର ସମ୍ଭାବନା ରହିଛି । ଅନୁରୂପ ଭାବେ କେନ୍ଦ୍ର ସରକାର ବିରୋଧୀ ଦଳଙ୍କ ଦ୍ୱାରା ଅଣାଯାଉଥିବା ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ କେନ୍ଦ୍ର ସରକାର ସମ୍ପୂର୍ଣ ରୂପେ ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହା ଯାଇଛି ।