
ମୁମ୍ବାଇ-ସୋମବାର ଦିନ କୋଚ୍ଚିରୁ ମୁମ୍ବାଇକୁ ଆସୁଥିବା ଏୟାର୍ ଇଣ୍ଡିଆର ବିମାନ ଏଆଇ ୨୭୪୪, ମୁମ୍ବାଇ ବିମାନବନ୍ଦରର ରନୱେରେ ପ୍ରବଳ ବର୍ଷା ମଧ୍ୟରେ ଲ୍ୟାଣ୍ଡ କରୁଥିବା ବେଳେ ଖସିଯାଇଥିଲା ଓ ବିମାନର ତିନୋଟି ଟାୟାର୍ ଫାଟିଯାଇଛି ।
ପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ ଅଘଟଣ ଟଳିଯାଇଛି । ଏହି ଘଟଣାରେ କୌଣସି ଯାତ୍ରୀ ହତାହତ ହୋଇନାହାନ୍ତି। ଏୟାର୍ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି ଯେ ବିମାନକୁ ସୁରକ୍ଷିତ ଭାବରେ ଟ୍ୟାକ୍ସିୱେ ପର୍ଯ୍ୟନ୍ତ ଆଣାଯାଇଛି ଓ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଓହ୍ଲାଯାଇଛି। କେହି ଆହତ ହେବାର ଖବର ନାହିଁ। ଘଟଣା ପରେ ବିମାନକୁ ତୁରନ୍ତ ଗ୍ରାଉଣ୍ଡ କରାଯାଇଛି ଓ ତାହାର ଟେକ୍ନିକାଲ ଯାଂଚ ଚାଲିଛି। ଏୟାର୍ ଇଣ୍ଡିଆ କହିଛି ଯେ ଯାତ୍ରୀ ଓ କ୍ରୁ ସଦସ୍ୟମାନଙ୍କର ସୁରକ୍ଷା ତାର ପ୍ରଥମ ପ୍ରାଥମିକତା।
ଏୟାର୍ ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ, “ପ୍ରବଳ ବର୍ଷା ଯୋଗୁ ଲ୍ୟାଣ୍ଡିଂ ପରେ ବିମାନ ରନୱେରୁ ଟିକେ ଖସିଯାଇଥିଲା ।