
ଭୁବନେଶ୍ବର,ତାରିଖ 16.07.2025 ଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ୫୪ ଗୋଟି ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର କନିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପାଇଁ ୪ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେଞ୍ଚୁରୀୟନ ୟୁନିଭେର୍ସିଟି (CUTM) ଜଟଣୀ ଓ ପାରଳାଖେମୁଣ୍ଡି ଠାରେ ଆୟୋଜିତ ହୋଇଥିଲା l
ଏହି ପ୍ରଶିକ୍ଷଣ ରେ ଜଟଣୀ ଠାରେ ୬ଗୋଟି କର୍ମଵିଦ୍ୟା ଯଥା Tourism & Hospitality, SPEFL, CRM,Insurance, OM,BFSI ର ଅଧ୍ୟାପକ ଓ ଅଧ୍ୟାପିକା ମାନେ ପ୍ରଶିକ୍ଷଣ ଗ୍ରହଣ କରିଥିବା ବେଳେ ପାରଳାଖେମୁଣ୍ଡି ଠାରେ ହଟିକଲଚର, ସେରିକଲଚର ଓ ଇନଲାଣ୍ଡ ଫିସରିସ ର ଅଧ୍ୟାପକ ଓ ଅଧ୍ୟାପିକା ମାନେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ l
ତାରିଖ 19.07.2025 ଦିନ,ଏହି ଚତୁଃର୍ଦିବସୀୟ ପ୍ରଶିକ୍ଷଣ ତାଲିମ କାର୍ଯ୍ୟକ୍ରମ ଉଦଯାପନୀ ଅପହରାହ୍ନ ର ଅଧିବେଶନରେ ଆମ ଗହଣ ରେ ଉପସ୍ଥିତ ଥିଲେ Deputy Director ମଧୁସୂଦନ ମଲ୍ଲିକ ମହୋଦୟ, ଉପସ୍ଥିତ ଥିଲେ ଡ଼ ଜ୍ୟୋତି ପ୍ରକାଶ ରଥ ( OIC ASP )ମହୋଦୟ ଏବଂ ଉପସ୍ଥିତ ଥିଲେ ଡ଼. ଅଜୟ କୁମାର ନାୟକ(Pro- Vice Chancellor of Centurion University) ପ୍ରମୁଖ ପ୍ରାଜ୍ଞ ବ୍ୟକ୍ତିତ୍ୱ l
ଏହି ଉଦଯାପନୀ ଅବସରରେ ଡ଼. ଜ୍ୟୋତି ପ୍ରକାଶ ରଥ ମହୋଦୟ ଶିକ୍ଷା ର ମାନ ବୃଦ୍ଧି ଓ ସମାଜ ପରିବର୍ତ୍ତନ ରେ ଶିକ୍ଷକ ର ଗୁରୁଦାୟିତ୍ୱ ସମ୍ପର୍କ ରେ ବହୁମୂଲ୍ୟ ବାଣୀ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ପୂର୍ବକ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ l ସେହିପରି ଡ଼ ଅଜୟ କୁମାର ନାୟକ ଧନ୍ଦା ମୂଳକ ଶିକ୍ଷା ରେ ଦକ୍ଷତା ବିକାଶ ର ଭୂମିକା ବିଷୟରେ ନିଜ ମନ୍ତବ୍ୟ ପ୍ରକାଶ କରିଥିଲେ। ସର୍ବଶେଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଗବେଷଣା ସହାୟିକା ଶ୍ରୀମତୀ ସ୍ମିତାରେଖା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l