ଗଞ୍ଜାମ- ଗଂଜାମ ଜିଲ୍ଲା ମୁଖ୍ୟ ଶକ୍ତି ପୀଠ ମା ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁÂିତ ହୋଇ ଯାଇଛି । ଏଥିରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ । ଚଳିତ ବର୍ଷ ୫ ପାଳି ଯଥା ଆସନ୍ତା ମାର୍ଚ୍ଚ ୧୦, ୧୭, ୨୪, ୩୧ ଓ ଏପ୍ରିଲ ୭ ତାରିଖରେ ମାଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ହେବ । ପୂର୍ବ ବର୍ଷ ବସ୍ ଭଡ଼ା ୫୦ ଟଙ୍କା ଥିବା ବେଳେ ଚଳିତ ବର୍ଷ ୬୦ ଟଙ୍କା ହେବ । ପାହାଡ଼ ପାଦ ଦେଶରେ ଥିବା ଋଷିକୂଲ୍ୟାର ୩ ଘାଟ ମଧ୍ୟରୁ ଗୋଟିଏ ଘାଟରେ ଗାଧୁଆ ବନ୍ଦ କରାଯିବ । ଗତ ବର୍ଷ ଉକ୍ତ ଘାଟରେ ଗାଧୋଉଥିବା ବେଳେ ଜଣଙ୍କର ମୃତୁ୍ୟ ଘଟିଥିଲା । ଘାଟ ନିକଟରେ ପର୍ଯ୍ୟାପ୍ତ ଆଲୋକର ବ୍ୟବସ୍ଥା ସହ ଅଗ୍ନିଶମ, ଓଡ୍ରାଫ ଓ ପୁଲିସ ଟିମ୍ ମୂତୟନ କରାଯିବ । ସେହିପରି ପାହାଡ଼ ତଳେ ଭୋଜି କରୁଥିବାର ଲୋକଙ୍କଠାରୁ ଫି ଆଦାୟ କରିବାକୁ ବୈଠକରେ ନିଷ୍ପତି ହୋଇଛି । ଫି ବାବଦରେ ଲୋକଙ୍କୁ ରସିଦ ଦେବା ବାଧ୍ୟତାମୂଳକ କରାଯାଇଛି । ଏଥି ସହ ସଫେଇ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ମଇଳା ପକାଇଲେ ପୁଲିସ ଓ ତହସିଲଦାର ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ଦାଏର କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର ସାହୁ କହିଛନ୍ତି । ଏହି ଦିନ ମାନଙ୍କରେ ୨୪ ଘଂଟରି୍ରା ମଦ କାରବାର ବନ୍ଦ ରହିବ, ଡ଼ାକ୍ତରଙ୍କ ସହ ଫାଷ୍ଟ ଏଡ଼ ବ୍ୟବସ୍ଥା ମଧ୍ୟ କରାଯିବ । ଏହି ପ୍ରସ୍ତୁତି ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ମନ୍ଦିର ପରିଚାଳନା କମିଟି ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ନିର୍ବାହୀ ଅଧିକାରୀ ଟି. କେ. ରେଡ଼ି, ଏସ.ଡି.ପି.ଓ ସୀମା ସ୍ୱାଇଁ, ତହସିଲଦାର ଅରୁଣ କୁମାର ନାୟକ, ବିଡ଼ିଓ ସୀମାଂଚଳ ମହାନ୍ତି, ଆଇ.ଆଇ.ସି ଜଗନ୍ନାଥ ମଲ୍ଲିକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
Related Stories
November 24, 2024
November 24, 2024