ନୂଆଦିଲ୍ଲୀ- ଆତଙ୍କବାଦ ଆମ ଅଂଚଳ ପାଇଁ ଏକ ବଡ ସମସ୍ୟା । ଭାରତ ଓ ଶ୍ରୀଲଙ୍କା ଆତଙ୍କବାଦକୁ ରୋକିବାକୁ ଯଥାଚିତ ଉପାୟରେ ମୁକାବିଲା କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଉଭୟ ଦେଶ ଆତଙ୍କବାଦର ମୁକାବିଲା କରିବା ପାଇଁ ପରସ୍ପରର ସହଯୋଗକୁ ଆହୁରି ବଢାଇବେ ।
ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କ ସହ କଥାବାର୍ତା ପରେ ପ୍ରେସ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଓ ଶ୍ରୀଲଙ୍କା ପରସ୍ପରର ସମ୍ପର୍କରକୁ ଉଚ୍ଚ ସ୍ତରକୁ ନେବାକୁ ପ୍ରତିବଦ୍ଧ । ସେ କହିଛନ୍ତି ଯେ ଶ୍ରୀଲଙ୍କାର ବିକାଶ ଓ ଶାନ୍ତି ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ । ପଡୋଶୀ ସବୁଠାରେ ଆଗେ ନୀତି ଆଧାରରେ ଭାରତ ଶ୍ରୀଲ୍ର୍କା ସହ ସମ୍ପର୍କକୁ ଆହୁରି ପ୍ରଗାଢ କରିବାକୁ ଆହୁରି ଅଗ୍ରାଧିକାର ପ୍ରଦାନ କରିବ ।
ଏହା ପୂର୍ବରୁ ଉଭୟ ନେତା ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ସହ ଲୋକ ମାନଙ୍କ ମଧ୍ୟରେ ସମ୍ପର୍କକୁ ମଜବୂତ କରିବା ଉପରେ ଆଲୋଚନା କରିଥିଲେ । ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାଜପକ୍ଷେ ମଧ୍ୟ କହିଥିଲେ ଯେ ବୈଠକରେ ଅନେକ ଗୁରୁତ୍ୱପୂର୍ଣ ବିଷୟରେ ଆଲୋଚନା ହୋଇଥିଲା ।